fbpx

ମୁମ୍ବାଇରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଏଣ୍ଟ୍ରି: ପାଣିପାଗ ବିଭାଗ ଦେଲା ସୂଚନା

AAKASH

ମୁମ୍ବାଇ: ମୁମ୍ବାଇରେ ପାଦ ଥାପିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହା ପ୍ରଭାବରେ ମୁମ୍ବାଇ ସମେତ କୋଙ୍କଣ ଆଦି ଅଧିକାଂଶ ସ୍ଥାନ ସହିତ ମଧ୍ୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର କିଛି ଅଞ୍ଚଳରେ ମେସୁମୀ ପ୍ରବାହିତ ହେଉଛି । ସ୍ୱାଭାବିକ ଗତିରେ ବଢୁଥିବା ମୌସୁମୀ ଆସନ୍ତା ୨ ଦିନ ମଧ୍ୟରେ ମହାରାଷ୍ଟ୍ର ଛୁଇଁବାର ସମ୍ଭାବନା ଥିବା ନେଇ ସୂଚନା ଦେଇଥିଲା ଭାରତୀୟ ପାଣିପାଗ ବିଭାଗ । ତେବେ ଆଶା ଅନୁସାରେ ଉଚିତ ସମୟରେ ମହାରାଷ୍ଟ୍ରରେ ପହଞ୍ଚିଛି ମୌସୁମୀ ।

ଏହାବ୍ୟତୀତ ଆସନ୍ତା ୧୧ ତାରିଖରେ ଅରୁଣାଚଳ ପ୍ରଦେଶ ଏବଂ ଆସନ୍ତା ୩ ଦିନ ମଧ୍ୟରେ ଆସାମ ଓ ମେଘାଳୟରେ ମୌସୁମୀ ପହଞ୍ଚିବା ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଅନୁମାନ କରୁଛି । ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ରହିବା ନେଇ ପୂର୍ବାନୁମାନ କରିଛି ଆଇଏମଡି । ଗତ ୫୦ ବର୍ଷରେ ହୋଇଥିବା ୮୭ ମି.ମି ବର୍ଷା ତୁଳନାରେ ୧୦୩ ପ୍ରତିଶତ ବର୍ଷା ହେବ । ଜୁନରୁ ସେପ୍ଟେମ୍ବର ମାସରେ ଦେଶରେ ମୌସୁମୀ ସକ୍ରିୟ ଥିବା ପରେ ମଧ୍ୟ ସାମାନ୍ୟ ବର୍ଷା ହେବାରେ ଏହା ସପ୍ତମ ବର୍ଷ ହେବ ।

ଗତମାସରେ ଆସାମରେ ମଧ୍ୟ ବନ୍ୟା ଆସି ସରିଛି । ବନ୍ୟାପାଣି ଯୋଗୁଁ ରାସ୍ତାରେ ଏମଂ ରେଳ ଲାଇନରେ ପାଣି ଜମି ରହିବା ସହିତ ଭିତ୍ତିଭୂମି ଉପରେ ଅନେକ କ୍ଷତି ସହିବାକୁ ପଡିଛି । ତେବେ ଦିଲ୍ଲୀ ଏନସିଆରରେ ମୌସୁମୀ ବାୟୁ ପହଞ୍ଚିବା ନେଇ ଜେମାମଣି କୌଣସି ସୂଚନା ଦେଇଛନ୍ତି । ଏବେ ଏ ସମ୍ପର୍କରେ କୌଣସି ସୂଚନା ଦେବା ଜଲଦିବାଜୀ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.