fbpx
BSKY
BJD SHG SKY
BJD YOUTH SKY

ଏହି ଗ୍ରାମରେ ହୋଇନାହିଁ ଆଜି ପର୍ଯ୍ୟନ୍ତ ନିର୍ବାଚନ, ନିର୍ଦ୍ୱନ୍ଦରେ ନିର୍ବାଚିତ ହେଉଛନ୍ତି ପ୍ରାର୍ଥୀ

ନିର୍ବାଚନ କହିଲେ ସାଧାରଣତଃ ପ୍ରାର୍ଥୀ-ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ଲଢ଼େଇକୁ ବୁଝାଏ । କେଉଁ ପ୍ରାର୍ଥୀ ଅଧିକ ଭୋଟ ପାଉଛି, କେଉଁ ପାର୍ଥୀ ହାରୁଛି ତାକୁ ନେଇ ମନରେ ଉତ୍ସୁକତା ରହିଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତୁ ଆମ ଭାରତରେ ଏକ ଏଭଳି ଗାଁ ରହିଛି ଯେଉଁଠାରେ ଦୀର୍ଘ ୬୦ ବର୍ଷ ହେବ ନିର୍ବାଚନ ହୋଇନାହିଁ । ଏଠାରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହେଉଛନ୍ତି ୱାର୍ଡମେମ୍ବରଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ।

ମଧ୍ୟପ୍ରଦେଶରେ ଏବେ ପଞ୍ଚାୟ ନିର୍ବାଚନୀ ମାହୋଲ ଦେଖିବାକୁ ମିଳୁଛି । ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଜିତିବା ଲଗାତାର ଚେଷ୍ଟା କରୁଛନ୍ତି । ଏମିତିରେ ବୁରହାନପୁର ଜିଲ୍ଲାରେ ଏକ ଏଭଳି ପଞ୍ଚାୟତ ରହିଛି ଯାହା ଏବେ ଚର୍ଚ୍ଚାରେ ରହିଛି । ଏହାର କାରଣ ହେଉଛି ଯେ ଏଠାରେ ମତଦାନ ପୂର୍ବରୁ ସରପଞ୍ଚ ଏବଂ ୱାର୍ଡମେମ୍ବର ନିର୍ବାଚିତ ହୋଇସାରିଛନ୍ତି ।

ଦେଶରେ ଯେବେଠାରୁ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ ହୋଇଛି ସେବେଠାରୁ ଏଠାରେ ନିର୍ବାଚନ ହେଉଛି କିନ୍ତୁ ଏକଦମ ନିର୍ଦ୍ୱନ୍ଦରେ । ଏଥର ମଧ୍ୟ ଏଠାରେ ୧ ସରପଞ୍ଚ ଏବଂ ୧୨ ପଞ୍ଚଙ୍କୁ ନିର୍ବାଚିତ ହୋଇଛନ୍ତି । ଏଠାରେ ବିନା ମତଦାନରେ ହି ଗ୍ରାମବାସୀ ନିଜ ମୁଖିଆ ବାଛିଛନ୍ତି । ଆଉ ଏଥରର ବିଶେଷ କଥା ହେଉଛି ଏଥର ସବୁ ପଦରେ ମହିଳାଙ୍କୁ ପ୍ରତିନିଧୀଙ୍କୁ ସ୍ଥାନ ମିଳିଛି ।

ବୁରହାନପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ୫୧ କିଲୋମିଟର ଦୂରରେରହିଛି ଏହି ଆଦିବାସୀ ଗ୍ରାମ । ମହାରାଷ୍ଟ୍ର ସୀମା ନିକଟସ୍ଥ ବୁରହାନପୁର ଜିଲ୍ଲାର ଖକନାର ବ୍ଲକରେ ପଡ଼ୁଥିବା ଗ୍ରାମ ପଞ୍ଚାୟତ ମାଞ୍ଜରୋଦ କଲାନ ରେ ମହିଳାଙ୍କୁ ସମାନ ଅଧିକାର ମିଳିଥାଏ । ଏହି ଗ୍ରାମରେ ସରକାର ଗଠନ କରିବା କ୍ଷମତା ମହିଳାଙ୍କୁ ମଧ୍ୟ ଦିଆଯାଏ । ଏଠାରେ ୱାର୍ଡମେମ୍ବର ଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସବୁ ପଦରେ ମହିଳାଙ୍କୁ ନିଯୁକ୍ତି ଦିଆଯାଇଛି ।

ଗ୍ରାମର ନିବାସୀ କୁହନ୍ତି ଯେ ଗ୍ରାମର ବୟସ୍କ ବ୍ୟକ୍ତିମାନେ ନିର୍ଦ୍ୱନ୍ଦରେ ନିର୍ବାଚନ କରିବା ପରମ୍ପରା ଆରମ୍ଭ କରିଥିଲେ । ଆଉ ଏବେ ଗ୍ରାମବାସୀଙ୍କ ଦ୍ୱାରା ଏହି ପରମ୍ପରା ପାଳନ କରାଯାଉଛି । ସବୁ ଗ୍ରାମବାସୀଙ୍କ ସହମତିରେ ପ୍ରତିନିଧି ବଛାଯାଇଥାନ୍ତି । ଏହି ଗ୍ରାମରେ ପକ୍କା ସଡ଼କ ଠାରୁ ଆରମ୍ଭ ପକ୍କା ଘର, ଶୌଚାଳୟ, ଅଙ୍ଗାନୱାଡ଼ି କେନ୍ଦ୍ର ଭଳି ମୌଳିକ ସୁବିଧା ରହିଛି । ଖାଳି ସେତିକି ନୁହେଁ ଗ୍ରାମରେ ମଦ ମଧ୍ୟ ବ୍ୟାନ କରାଯାଇଛି ।

Get real time updates directly on you device, subscribe now.