fbpx

ପ୍ରବଳ ବର୍ଷା : ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

Advertisement

ଭୁବନେଶ୍ୱର: ଆସନ୍ତା ୧୭ -୧୮ ଆଡକୁ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା । ପରେ ଏହା ତାର ଗତିପଥ ପରିବର୍ତ୍ତନ କରିପାରେ ବୋଲି ଅନୁମାନ କରାଯାଉଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଘନୀଭୂତ ହେବ ବୋଲି ଆଶା କରାଯାଉଛି । ୨୦ରେ ଏହା ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଥିବାର ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି । ଏହା ସମୟକ୍ରମେ ଅବପାତର ରୂପ ନେଇ ପାରେ ବୋଲି ଭାରତୀୟ ପାଣିପାଗ ତରଫରୁ ସୂଚନା ଦିଆଯାଇଛି ।

ତେବେ ଏହା ପ୍ରଭାବରେ ରାଜ୍ୟର ମଧ୍ୟ କିଛି ସ୍ଥାନରେ ବର୍ଷ ଦେଖା ଦେଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବର୍ଷା ହୋଇଥିବା ବେଳେ ଆଉ କିଛି କିଛି ସ୍ଥାନରେ ବର୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ପାଣିପାଗ ବିଭାଗ ତରଫରୁ କୌଣସି ସ୍ପଷ୍ଟି କରଣ ହୋଇ ନଥିବା ବେଳେ ଯାହା ଆଶା କରାଯାଉଛି ଏହା ପ୍ରଭାବରେ ଓଡିଶାରେ ବର୍ଷା ଲାଗି ରହିବ ।

Get real time updates directly on you device, subscribe now.