fbpx
BJD SKY
BJD SKY

ଘୋଷଣା ହୋଇପାରେ ଗୁଜରାଟ ଏବଂ ହିମାଚଳ ବିଧାନସଭା ନିର୍ବାଚନ ତାରିଖ, ଅପରାହ୍ନ ୩ଟାରେ ଇସିଙ୍କ କନଫରେନ୍ସ

BJD

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ଚଳିତ ବର୍ଷ ଶେଷ ଆଡକୁ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଏ ନେଇ ଶୁକ୍ରବାର ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ଆଜି ଅପରାହ୍ନ ୩ଟାରେ ନିର୍ବାଚନ ଆୟୋଗ ସାମ୍ବାଦିକ ସମ୍ମିଳନୀ ଡକାଇଛନ୍ତି। କୁହାଯାଉଛି ଏହି ସମୟରେ ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରାଯିବ।

ନିକଟରେ ସେପ୍ଟେମ୍ବର ମାସର ଶେଷ ଆଡକୁ ନିର୍ବାଚନ ଆୟୋଗ ହିମାଚଳ ପ୍ରଦେଶ ଏବଂ ଗୁଜରାଟ ଗସ୍ତ କରିଥିଲେ। ଦୁଇ ରାଜ୍ୟରେ ନିର୍ବାଚନ ବ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା କରିଥିଲେ। ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ଏବଂ ନିର୍ବାଚନ ଆୟୋଗ ଅନୁପ ଚନ୍ଦ୍ର ପାଣ୍ଡେ ଏହି ଦୁଇ ରାଜ୍ୟ ଗସ୍ତ କରି ପରିସ୍ଥିତି ଆକଳନ କରିଥିଲେ।

ଉଲ୍ଲେଖନୀୟ ହିମାଚଳ ପ୍ରଦେଶ ଏବଂ ଗୁଜରାଟ ବିଧାନସଭା କାର୍ଯ୍ୟକାଳ କ୍ରମଶଃ ୨୦୨୩ ଜାନୁଆରୀ ୮ ଏବଂ ୨୦୨୩ ଫେବୃଆରୀ ୨୩ ତାରିଖରେ ସମାପ୍ତ ହେବ। ଆୟୋଗ କୌଣସି ବିଧାନସଭାର ପାଞ୍ଚ ବର୍ଷର କାର୍ଯ୍ୟକାଳ ସମାପ୍ତ ହେବାର ଛଅ ମାସ ଭିତରେ କୌଣସି ସମୟରେ ନିର୍ବାଚନ କରାଇ ପାରିବେ। ତେଣୁ ଦୁଇ ରାଜ୍ୟର ନିର୍ବାଚନ ତାରିଖ ଆଜି ଆୟୋଗ ଘୋଷଣା କରିବାର ସମ୍ଭାବନା ରହିଛି। ଏଥର ଗୁଜରାଟ ନିର୍ବାଚନରେ ତ୍ରିକୋଣୀୟ ମୁକାବିଲା ହୋଇପାରେ। ମଇଦାନକୁ ଓହ୍ଲାଇବେ ବିଜେପି-କଂଗ୍ରେସ ସହିତ ଆମ୍ ଆଦମୀ ପାର୍ଟି।

ଉଲ୍ଲେଖନୀୟ ହିମାଚଳ ପ୍ରଦେଶରେ ୨୦୧୭ ନଭେମ୍ବର ୯ରେ ନିର୍ବାଚନ ହୋଇଥିଲା। ଗୁଜରାଟରେ ଡିସେମ୍ବର ୯ ଏବଂ ଡିସେମ୍ବର ୧୪ ଦୁଇଟି ପର୍ଯ୍ୟାୟ ରେ ମତଦାନ ହୋଇଥିଲା। ଉଭୟ ରାଜ୍ୟର ନିର୍ବାଚନରେ ବିଜେପି ବାଜିମାତ୍ କରିଥିଲା। ଏଥର ବି ଦୁଇ ରାଜ୍ୟ ହାତେଇବାକୁ ବିଜେପି ଲକ୍ଷ୍ୟ ରଖିଛି। ବିରୋଧୀ କଂଗ୍ରେସ କଡା ମୁକାବିଲା କରିବାକୁ ଅଣ୍ଟା ଭିଡିଛି। ଆପର ପ୍ରବେଶ ଗୁଜରାଟ ରାଜନୀତିକୁ ଆହୁରି ରୋଚକ କରିଛି।

Get real time updates directly on you device, subscribe now.