fbpx

ପରଟା ଉପରେ ଲାଗିବ ୧୮ ପ୍ରତିଶତ GST: କୋର୍ଟଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଯଦି ଆପଣ ପରଟା ଖାଉଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ପରଟା ଉପରେ ଆପଣଙ୍କୁ ୧୮ ପ୍ରତିଶତ ଦ୍ରବ୍ୟ ଓ ସେବା କର (ଜିଏସଟି) ଦେବାକୁ ପଡ଼ିବ । ରୁଟି ଓ ପରଟା ଦୁଇଟି ଅଲଗା ଜିନିଷ । ଏହି ଦୁଇ ସାମଗ୍ରୀ ଉପରେ ସମାନ ମାତ୍ରାରେ ଜିଏସଟି ଲାଗି ପାରିବ ନାହିଁ । ଏକଥା ଆମେ କହୁନାହୁଁ । ଗୁଜରାଟ ଆପେଲେଟ ଅଥରିଟି ଫର ଆଡଭାନ୍ସ ରୁଲିଂ (ଏଏଏଆର) ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

ସାଧାରଣ ଭାବେ ପରଟା ଖାଇବା ଅପେକ୍ଷା ରୁଟି ଖାଉଥିବା ଲୋକଙ୍କୁ ଦୁଇଗୁଣ ଲାଭ ମିଳିଥାଏ । ରୁଟି ସ୍ୱାସ୍ଥ୍ୟ ପାଇଁ ହିତକର ହେବା ସହିତ ପେଟ ଭରି ଯାଇଥାଏ । ଜିଏଏଏଆର ମୁତାବକ, ପରଟା ଓ ରୁଟି ଦୁଇଟି ଅଲଗା ଜିନିଷ । ତେଣୁ ପରଟା ଉପରୁ ଉଚ୍ଚସ୍ତରର ଜିଏସଟି ଆଦାୟ ହେବ ବୋଲି କୁହାଯାଇଛି । ଏହି ନିର୍ଦ୍ଦେଶ ପରେ ପରଟା ଉପରୁ ୧୮ ପ୍ରତିଶତ ଜିଏସଟି ଆଦାୟ ନେଇ ବ୍ୟବସ୍ଥା କରାଯାଇଛି । ଅର୍ଥାତ ଏଣିକି ହୋଟେଲରେ ପରଟା ଖାଇବା ମହଙ୍ଗା ହୋଇଯିବ ଓ ଆପଣଙ୍କୁ ଏଥିପାଇଁ ମୋଟା ଅଙ୍କର ଜିଏସଟି ଭରିବାକୁ ପଡ଼ିବ ।

ଗୁଜରାଟ ଏଏଏଆରର ଦୁଇଜଣ ସଦସ୍ୟଙ୍କୁ ନେଠ ଗଠିତ ବେଞ୍ଚ ଏହି ନିଷ୍ପତ୍ତି ଦେଇଛନ୍ତି । ସାଧା ରୁଟି ଓ ପରଟା ଦୁଇଟିଯାକ ଅଲଗା ଜିନିଷ । ତେଣୁ ଏହି ଦୁଇ ସାମଗ୍ରୀକୁ ଗୋଟିଏ କ୍ୟାଟେଗୋରୀରେ ରଖାଯାଇ ପାରିବ ନାହିଁ । ଏଥିପାଇଁ ରୁଟି ଉପରେ ୫ ପ୍ରତିଶତ ଜିଏସଟି ଲାଗୁଥିବା ବେଳେ ପରଟା ଉପରେ ଏହା ଲାଗୁ ହେବ ନାହିଁ । ପରଟାକୁ ୧୮ ପ୍ରତିଶତ ଜିଏସଟି କ୍ୟାଟେଗୋରୀରେ ରଖାଯିବା ସହ ଏହି ଦର ଆଧାରରେ ଜିଏସଟି ଆଦାୟ କରିବାକୁ ଅଥରିଟି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ମୁତାବକ, ଅହମ୍ମଦାବାଦର ଭାଡିଲାଲ ଶିଳ୍ପାନୁଷ୍ଠାନ ପକ୍ଷରୁ ପରାଟା ଉପରେ ଜିଏସଟିକୁ ନେଇ ଅପିଲ କରାଯାଇଥିଲା । ପରଟା ଓ ରୁଟି ମଧ୍ୟରେ ବେଶି ସାମଞ୍ଜସ୍ୟ ନଥିବା ନେଇ କମ୍ପାନୀ ଦଲିଲ ଉପସ୍ଥାପନ କରିଥିଲା । ଏହି ଦୁଇ ସାମଗ୍ରୀର ନିର୍ମାଣ ପ୍ରକ୍ରିୟା ଓ ଉପଯୋଗ ଏକା ପରି ହୋଇଥାଏ । ତେଣୁ ପରଟା ଉପରୁ ରୁଟି ପରି ୫ ପ୍ରତିଶତ ଜିଏସଟି ଲାଗୁ ହେଉ ବୋଲି କମ୍ପାନୀ ପକ୍ଷରୁ ଦାବି କରାଯାଇଥିଲା ।

Get real time updates directly on you device, subscribe now.