fbpx
BJD SKY
BJD SKY

ନାମାଙ୍କନ ଭରିଲେ ରାଜେନ୍ଦ୍ର ଦାସ, ଏଥର ହେବ ହେବି ଟକ୍କର

BJD

ଭଦ୍ରକ:ନାମାଙ୍କନ ଭରିଲେରାଜେନ୍ଦ୍ର ଦାସ । ରାଜୁ ଦାସ ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି । ଅତିରିକ୍ତ ଉପଜିଲ୍ଲାପାଳଙ୍କ ନିକଟରେ ଭରିଲେ ନାମାଙ୍କନ । ଆଉ ସେ କହିଛନ୍ତି ଯେ କୌଣସି ମତେ ସେ ତାଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବେ ନାହିଁ । ସେ ଲଢ଼ିବେ ଆଉ ଜିତିବେ । ଏହା ସହିତ ସେ କହିଛନ୍ତି ସେ ତାଙ୍କ ଛାତ୍ର ଜୀବନରୁ ରାଜନୀତି କରୁଛନ୍ତି । ଜିତିବା ପାଇଁ ସେ ଯେତେ ସମ୍ଭବ ପ୍ରଚେଷ୍ଟା କରିବେ । ଆଉ ସେ ଜାଣନ୍ତି ପୂରା ଧାମନଗରବାସୀ ତାଙ୍କ ସହିତ ଅଛନ୍ତି । ତାଙ୍କ ଆର୍ଶୀବାଦ ତାଙ୍କ ସହିତ ଅଛି ତେଣୁ ସେ ଧାମନଗରବାସୀଙ୍କ ପାଇଁ ନିର୍ବାଚନ ଲଢ଼ିବେ ।

ସୂଚନା ଅନୁସାରେ ଅକ୍ଟୋବର ୭ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୪ରେ ନାମଙ୍କନ ଦାଖଲ ଶେଷ ତାରିଖ । ୧୫ରେ ଯାଞ୍ଚ ଏବଂ ୧୭ ତାରିଖରେ ନାମାଙ୍କନ ପ୍ରତ୍ୟାହାର କରିହେବ ।ସେହିପରି ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ ଅନୁଷ୍ଠିତ ହେବ । ଏହା ପରେ ୬ ତାରିଖରେ ଭୋଟ ଗଣତି ଏବଂ ୮ ତାରିଖରେ ଫଳ ପ୍ରକାଶ ପାଇବ ।

Get real time updates directly on you device, subscribe now.