fbpx
BJD SKY
BJD SKY

ଏହି ଦିନରୁ ବଢିବ ତାତି: ହିଟୱେଭକୁ ନେଇ ଚେତାବନୀ ଦେଲା ପାଣିପାଗ ବିଭାଗ

BJD

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ରାଜ୍ୟର ପାଣିପାଗରେ ଏବେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଉତ୍ତର ଭାରତରୁ ଆରମ୍ଭ କରି ଅନ୍ୟାନ୍ୟ ରାଜ୍ୟରେ ପ୍ରବଳ ତାତି ବଢିଥିବା ବେଳେ କିଛି ରାଜ୍ୟରେ ବର୍ଷା ହେଉଥିବା ଦେଖାଯାଇଛି । ତେବେ ଏହା ମଧ୍ୟରେ ଭାରତୀୟ ପାଣିପାଗ ବିଭାଗ ତରଫରୁ ଆସୁଥିବା ମୌସୁମୀକୁ ନେଇ ଚେତାବନୀ ଜାରି କରାଯାଇଛି । ହିଟୱେଭକୁ ନେଇ ନୂଆ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ମୌସୁମୀ ବିଭାଗ ଅନୁସାରେ, କର୍ଣ୍ଣାଟକ ଉପକଣ୍ଠରେ ମାର୍ଚ୍ଚ ୧୦ ତାରିଖରେ ଏବଂ ୧୦-୧୧ ତାରିଖରେ କୋଙ୍କଣ, ଗୋଆ, ସୌରାଷ୍ଟ୍ର ଇତ୍ୟାଦି ଅଞ୍ଚଳରେ ହିଟୱେଭ ସ୍ଥିତି ଉପୁଜିବ । ଅର୍ଥାତ ୧୦ ଏବଂ ୧୧ ତାରିଖରେ ଏହି ଅଞ୍ଚଳ ଗୁଡିକରେ ପ୍ରବଳ ଗରମ ଅନୁଭୂତ ହେବ । ସେପଟେ ପୂର୍ବୋତ୍ତର ଭାରତରେ ମାର୍ଚ୍ଚ ୧୦ ତାରିଖରୁ ୩ ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ର ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ । ଅର୍ଥାତ ଆଗାମୀ ଦିନରେ ଏଠାରେ ଗରମ ଆହୁରି ବୃଦ୍ଧି ପାଇବ । ତେବେ ୩ ଦିନ ପରେ ତାପମାତ୍ରାରେ ହ୍ରାସ ଘଟିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ପଶ୍ଚିମ ଭାରତରେ ଆଗାମୀ ୨ ଦିନରେ ଗୁଜୁରାଟ ସମେତ ଅନ୍ୟ ରାଜ୍ୟରେ ତାପମାତ୍ରା ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ।

ମହାରାଷ୍ଟ୍ରରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହେବ ନାହିଁ ଏବଂ ଏହାପରେ ୨-୩ ଡିଗ୍ରୀ ସେଲସିୟସ ତାପମାତ୍ରା କମ୍ ହୋଇଯିବ । ମଧ୍ୟ ଭାରତର କିଛି ରାଜ୍ୟରେ ମଧ୍ୟ ୩ ଦିନ ପର୍ଯ୍ୟନ୍ତ ତାପାମାତ୍ରାରେ ବୃଦ୍ଧି ଘଟିବ । ବାକି ଅନ୍ୟ ଅଞ୍ଚଳରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମୌସୁମୀରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ନାହିଁ ।

Get real time updates directly on you device, subscribe now.