fbpx

ଚେତାବନୀ ଦେଲା ପାଣିପାଗ ବିଭାଗ: ଆଗାମୀ ଦିନରେ ହୋଇପାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଓଡିଶାରେ ପାଦ ଥାପି ସରିଛି ଦକ୍ଷିଣ-ପଶ୍ଚିମ ମୌସୂମୀ ବାୟୁ । ଫଳରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଧିରେ ଧିରେ ଆରମ୍ଭ ହେଲାଣି । ତେବେ ଏହି ସମୟରେ ପାଣିପାଗ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟକୁ ଏକ ଚେତାବନୀ ଦିଆଯାଇଛି । ସାରା ରାଜ୍ୟରେ ପ୍ରାକ ମୌସୂମୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସୂଚନା ଅନୁସାରେ, ଭାରତୀୟ ପାଣିପାଗ ବିଭାଗ ଏବେ ସାରା ରାଜ୍ୟକୁ ସତର୍କ ସୂଚନା ଜାରି କରିଛି । ପ୍ରାକ ମୌସୁମୀ ବର୍ଷା ମୌସୁମୀ ଅଗ୍ରସର ପାଇଁ ବାଟ ଫିଟାଉଥିବା ବିଭାଗ ପକ୍ଷରୁ କୁହାଯାଉଛି । ରାଜ୍ୟର ଅନ୍ୟ ଅଞ୍ଚଳଗୁଡିକୁ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ବୋଲି କହିଛି ଆଇଏମଡି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରଭାବ ଅନୁଭୂତ ହେବ । ଏଥିପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ଆଞ୍ଚଳିକ ପାଣିପାଗ ବିଭାଗ ।

Get real time updates directly on you device, subscribe now.