fbpx
BJD
BJD SKY
BJD SKY

ବଦଳୁଛି ପାଣିପାଗ: ଆଜି ଏହିସବୁ ସ୍ଥାନରେ ପ୍ରବଳ ବର୍ଷା ସହ ଝଡ ତୋଫାନ: ଆଲର୍ଟ ଜାରି

ନୂଆଦିଲ୍ଲୀ: ଦେଶର ପାଣିପାଗ ଲଗାତାର ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି । କିଛି ସ୍ଥାନରେ ପ୍ରବଳ ବର୍ଷା ତ ଆଉ କିଛି ସ୍ଥାନରେ ତାତି ହନ୍ତସନ୍ତ କରୁଥିବା ବେଳେ କିଛିଟା ଅଞ୍ଚଳରେ ବରଫପାତ ହେଉଛି । ଏଥିମଧ୍ୟରେ ଆଜି ପାଇଁ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଆଜି କିଛିଟା ସ୍ଥାନରେ ପ୍ରବଳ ବର୍ଷା ହେବା ସାଙ୍ଗକୁ ପବନର ବେଗରେ ବୃଦ୍ଧି ଦେଖିବାକୁ ମିଳିପାରେ । ଏହାସହିତ କେତେକ ସ୍ଥାନରେ କୁଆପଥର ବୃଷ୍ଟି ଏବଂ ବିଜୁଳି-ଘଡଘଡି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପାଣିପାଗ ବିଭାଗ ଅନୁଯାୟୀ, ଓଡିଶା ସମେତ ପୂର୍ବ ଭାରତର ଅନ୍ୟ କିଛି ଅଞ୍ଚଳ ଆଜି ବର୍ଷାରେ ଭିଜିବ । ତେଣୁ ପାଣିପାଗ ବିଭାଗ ପକ୍ଷରୁ ଏ ନେଇ ପୂର୍ବାନୁମାନ କରାଯାଇଛି । ରାଜ୍ୟରେ ଆଜି ମଧ୍ୟମ ଧରଣର ବର୍ଷା ହୋଇପାରେ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସଚନା ଜାରି କରାଯାଇଛି । ଏହା ବ୍ୟତୀତ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ଆଜି ପବନର ଗତି ବଢିବା ସହ ବିଜୁଳି ଘଡଘଡି ଦେଖିବାକୁ ମିଳିପାରେ । ପୁଣେ, ଅହମ୍ମଦନଗର, ଔରଙ୍ଗାବାଦ, ଜାଲନା, ବୀଡ, ସାଙ୍ଗଲୀ, ସୋଲାପୁର ଏବଂ ରତ୍ନଗିରି ଆଦି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ସେହିପରି ଦିଲ୍ଲୀରେ ମଧ୍ୟ ବର୍ଷା ହେବାର ପୂର୍ବାନୁମାନ କରିଛି । ସେହିପରି ପୂର୍ବ ଆସାମ, ଅରୁଣାଚଳ ପ୍ରଦେଶ, ଛତିଶଗଡ, ମଧ୍ୟପ୍ରଦେଶର କିଛି ସ୍ଥାନ, କେରଳ ଇତ୍ୟାଦିରେ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ଦେଖା ଦେଇଛି । ଗତ ୨୪ ଘଣ୍ଟା ଭିତରେ ଓଡିଶା ଏବଂ ସିକିମ ଅଞ୍ଚଳର କିଛିଟା ସ୍ଥାନରେ ହାଲକା ଏବଂ ମଧ୍ୟମ ଧରଣର ବର୍ଷା ହୋଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.