fbpx
BSKY SKY
BSKY SKY

ଗ୍ରାହକ ମାନଙ୍କ ପାଇଁ ଖୁସିଖବର: ଶସ୍ତା ହେଲା CNG-PNG ମୂଲ୍ୟ, ଚେକ କରନ୍ତୁ ନୂତନ ଦର

BSKY

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ମହଙ୍ଗା ସିଜିନ୍ ଚାଲିଥିବା ବେଳେ ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଆଶ୍ୱସ୍ତିକରର ଖବର ସାମ୍ନାକୁ ଆସିଥିଲା । ପ୍ରାକୃତିକ ଗ୍ୟାସର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ନିୟମକୁ ମଞ୍ଜୁରୀ ଦେଇଛନ୍ତି । ଆଉ ଏହାପରେ ଗ୍ରାହକ ମାନଙ୍କୁ ଆଶ୍ଵସ୍ତି ମିଳିଛି ।ଦେଶରେ ପ୍ରାକୃତିକ ଗ୍ୟାସର ମୂଲ୍ୟ ନିର୍ଦ୍ଧାରଣ ପାଇଁ ନିର୍ଦ୍ଦେଶାବଳୀରେ ସଂଶୋଧନକୁ ଅନୁମୋଦନ କରାଯିବା ପରେ କମ୍ପାନୀଗୁଡିକ ଦ୍ୱାରା CNG-PNG ମୂଲ୍ୟ ହ୍ରାସ ଆରମ୍ଭ ହୋଇଛି।

ଆଦାନୀ ଟୋଟାଲ୍ ଗ୍ୟାସ୍ ଲିମିଟେଡ୍ (ATGL) CNG-PNG ର ମୂଲ୍ୟ ହ୍ରାସ କରିଛି । ATGL CNG ପ୍ରତି ୮.୧୩ ଏବଂ PNG କୁ ୫.୦୬ ହ୍ରାସ କରିଛି । ଆଠ ଏପ୍ରିଲ ମଧ୍ୟରାତ୍ରିରୁ ନୂତନ ମୂଲ୍ୟ କାର୍ଯ୍ୟକାରୀ ହୋଇଛି । କେନ୍ଦ୍ରୀୟ କ୍ୟାବିନେଟ ଘରୋଇ ଗ୍ୟାସ ମୂଲ୍ୟର ନୂତନ ସୂତ୍ର କାର୍ଯ୍ୟକାରୀ ହେବାର ଗୋଟିଏ ଦିନ ପରେ ଏଟିଜିଏଲ୍ର ଏହି ନିଷ୍ପତ୍ତି ଆସିଛି।

ପ୍ରାକୃତିକ ଗ୍ୟାସ ମୂଲ୍ୟର ନୂତନ ବ୍ୟବସ୍ଥାକୁ ଧ୍ୟାନରେ ରଖି MGL ଦ୍ୱାରା ମଧ୍ୟ ଏହି ପଦକ୍ଷେପ ନିଆଯାଇଛି । ଏହି ଘୋଷଣା ପରେ ସରକାର CNG ଏବଂ ପାଇପ୍ ରନ୍ଧନ ଗ୍ୟାସର ନୂତନ ମୂଲ୍ୟ ମଧ୍ୟ ଘୋଷଣା କରିଛନ୍ତି। ଫେବୃଆରୀରେ MGL CNG ମୂଲ୍ୟ କିଲୋଗ୍ରାମ ପିଛା ୨.୫ ଟଙ୍କା ହ୍ରାସ କରିଥିଲା। ଏହା ସତ୍ତ୍ୱେ ଏପ୍ରିଲ୍ ୨୦୨୨ ତୁଳନାରେ CNG ର ମୂଲ୍ୟ ପ୍ରାୟ ୮୦ ପ୍ରତିଶତ ଅଧିକ ରହିଛି ।

ସୂଚନାଯୋଗ୍ୟ ଯେ, ଭାରତରେ ୨୦୩୦ ସୁଦ୍ଧା ପ୍ରାଥମିକ ଶକ୍ତି ମିଶ୍ରଣରେ ପ୍ରାକୃତିକ ଗ୍ରାସର ଅଂଶଧନକୁ ୬.୫ରୁ ବୃଦ୍ଧି କରାଯାଇ ୧୫ ପ୍ରତିଶତ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏହା ପ୍ରାକୃତିକ ଗ୍ୟାସର ବିସ୍ତାର କରାଇବା କ୍ଷେତ୍ରରେ ସହାୟତା ପ୍ରଦାନ କରିବ । ଏଥିସହିତ ନର୍ଗମନ ହ୍ରାସ ଓ କାର୍ବନ ନିର୍ଗମନ ଲକ୍ଷ୍ୟକୁ ପ୍ରାପ୍ତ କରିବାରେ ମଧ୍ୟ ସହଯୋଗ ମଳିବ । ତୈଳ ସଚିବ ପଙ୍କଜ ଜୈନ କହିଛନ୍ତି, ପିଏନଜି ୧୦ ପ୍ରତିଶତ ଶସ୍ତା ହୋଇଯିବ ଓ ସିଏନଜି ୬ରୁ ୯ ପ୍ରତିଶତ କମ୍ ହୋଇଯିବ ।

Get real time updates directly on you device, subscribe now.