fbpx
BSKY
BJD YOUTH SKY
BJD MS SKY

‘ତୁମ ଜିଭ କାଟିଦେବୁ’, ରାହୁଲ ଗାନ୍ଧୀଙ୍କୁ ସଜା ଶୁଣାଇଥିବା ବିଚାରପତିଙ୍କୁ କଂଗ୍ରେସ ନେତାଙ୍କ ଧମକ

ନୂଆଦିଲ୍ଲୀ: କଂଗ୍ରେସ ପୁର୍ବତ୍ତନ ସଭାପତି ରାହୁଲ ଗାନ୍ଧିଙ୍କ ଲୋକସଭା ସଦସ୍ୟ ଯିବା ପରେ ସମଗ୍ର ଦେଶରେ ଦଳର ନେତାମାନେ ଏହାକୁ ବିରୋଧ କରୁଛନ୍ତି । ଏହି ପରିପ୍ରେକ୍ଷିରେ ତାମିଲନାଡୁର ଜଣେ କଂଗ୍ରେସ ନେତା କହିଛନ୍ତି ଯେ, ଯଦି ତାଙ୍କ ଦଳ କ୍ଷମତାକୁ ଆସନ୍ତି ତେବେ ୨୦୧୯ ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଦଣ୍ଡିତ କରିଥିବା ବିଚାରପତିଙ୍କ ଜିଭ କାଟିଦେବେ ।

ତେବେ ଏହି ବିବାଦୀୟ ମନ୍ତବ୍ୟ ପାଇଁ କଂଗ୍ରେସ ନେତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । କଂଗ୍ରେସ ନେତା ମାଣିକନ୍ଦନ ବିଚାରପତିଙ୍କୁ ଧମକ ଦେଇ କହିଛନ୍ତି ଯେ ଜଷ୍ଟିସ ହେ ଭର୍ମା ଶୁଣ, ଯେତେବେଳେ କଂଗ୍ରେସ କ୍ଷମତାକୁ ଆସିବ, ଆମେ ତୁମର ଜିଭ କାଟିଦେବୁ । ତିନୋଟି ବିଭାଗ ଅଧୀନରେ ମାଣିକନ୍ଦନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଦିଦିଗୁଲ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

କଂଗ୍ରେସର ଏସସି / ଏସଟି ୱିଙ୍ଗ ତାମିଲନାଡୁର ଡିଣ୍ଡିଗୁଲରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଯୋଗ୍ୟତାକୁ ବିରୋଧ କରୁଥିବାବେଳେ ଦଳର ଜିଲ୍ଲା ମୁଖ୍ୟ ମାଣିକନ୍ଦ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ୨୦୧୯ ଲୋକସଭା ନିର୍ବାଚନ ସମୟରେ କର୍ଣ୍ଣାଟକର ଏକ ରାଲିରେ “ମୋଦୀ ସାଙ୍ଗିଆ” ଉପରେ ମନ୍ତବ୍ୟକୁ ନେଇ ୨୦୧୯ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀଙ୍କୁ ସାଂସଦ ଭାବେ ଅଯୋଗ୍ୟ କରାଯାଇଥିଲା ।

Get real time updates directly on you device, subscribe now.