fbpx

Video: ସମ୍ବଲପୁରୀ ଲୋକଗୀତ ଡାଲଖାଇ ପ୍ରେମରେ ପଡ଼ିଲେ IMF ନିର୍ଦେଶକ କ୍ରିଷ୍ଟାଲିନା ଜର୍ଜିବା, ଗୀତ ଶୁଣି ନାଚି ଉଠିଲେ

ନୂଆଦିଲ୍ଲୀ: ସେପ୍ଟେମ୍ବର ୯ରୁ ୧୦ ତାରିଖ ଯାଏଁ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଜି-୨୦ ବୈଠକରେ ଯୋଗ ଦେବା ପାଇଁ ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଆନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଆସି ଭାରତରେ ପହଞ୍ଚୁଛନ୍ତି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌)ର ପରିଚାଳନା ନିର୍ଦେଶକ ତଥା ଅଧ୍ୟକ୍ଷ କ୍ରିଷ୍ଟାଲିନା ଜର୍ଜିବା ଗୁରୁବାର ଦିଲ୍ଲୀରେ ପହଞ୍ଚିଛନ୍ତି । କ୍ରିଷ୍ଟାଲିନା ଜର୍ଜିବା ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସମ୍ବଲପୁରୀ ଲୋକଗୀତ ଡାଲଖାଇର ତାଳେ ତାଳେ ସ୍ୱାଗତ କରାଯାଇଥିଲା । ତେବେ ସମ୍ବଲପୁରୀ ଗୀତର ମଧୁର ଧୁନ୍ ଶୁଣି ଏବଂ କଳାକାରଙ୍କ ନାଚ ପ୍ରଦର୍ଶନ ଦେଖି ଜର୍ଜିବା ନିଜକୁ ଅଟକାଇ ପାରି ନଥିଲେ ଏବଂ ନିଜେ ନାଚିବାକୁ ଆରମ୍ଭ କରିଥିଲେ ।

ଏହି ସମୟର ଭିଡିଓ ଏବଂ ଭାଇରାଲ ହେଉଥିବା ବେଳେ ଅନେକ ଓଡ଼ିଆ ଏହାକୁ ଦେଖି ଗର୍ବ ଅନିଭବ କରୁଛନ୍ତି । ନିକଟରେ ଆଇଏମ୍‌ଏଫ୍ ଆର୍ଥି ବର୍ଷ ୨୦୨୩-୨୪ରେ ଭାରତର ଅଭିବୃଦ୍ଧି ୬.୧% ରହିବ ବୋଲି ଆକଳନ କରିଥିଲା । ତେବେ ଚଳିତ ବର୍ଷ ଭାରତରେ ମୌସୁମି ବର୍ଷାରେ ଅସ୍ଥିରତା ମଧ୍ୟରେ ଦେଶର ଅଭିବୃଦ୍ଧି ହାର ଜାରି ରହିବ ବୋଲି କୁହାଯାଇଛି ।

ଗଲାବର୍ଷ ଅକ୍ଟୋବର ମାସରେ ଆଇଏମ୍‌ଏଫ୍ ଭାରତର ପ୍ରଶଂସା କରି କହିଥୀଲା ଯେ, ବର୍ତ୍ତମାନ ବିଶ୍ୱର ଅନେକ ଅର୍ଥନୀତି ସମସ୍ୟା ଦେଇ ଗତୀ କରୁଥୀବା ବେଳେ ଭାରତ ଏହାରି ମଧ୍ୟରେ ଅନ୍ଧାରରୁ ଆଲୋକ ଆଡ଼କୁ ଗତି କରୁଥିବା ଏକ ଅର୍ଥନୀତି ଅଟେ । ଏହା ସହିତ କହିଥିଲା ଯେ, ଆସନ୍ତା ବର୍ଷ ଭାରତ ଜି-୨୦ ସମ୍ମୀଳନୀ ଅଧ୍ୟକ୍ଷତା କରୁଥିବା ବେଳେ ବିଶଯବରେ ଏହା ଏକ ଛାପ ଛାଡ଼ିବ ।

ବର୍ତ୍ତମାନ ବିଶ୍ୱର ଅନେକ ଦେଶ ଆର୍ଥିକ ସମସ୍ୟାର ସମ୍ମୁଖିନ ହେଉଥିଲେ ମଧ୍ୟ ଭାରତ ବିଶ୍ୱର ଦ୍ରୁତ ଗତିରେ ବଢୁଥିବା ସର୍ବବୃହତ ଅର୍ଥନୀତି ଅଟେ । ୨୦୨୩-୨୪ ପ୍ରଥମ ତ୍ରୈମାସରେ ଭାରତ ର ଜିଡିପି ୭.୮% ରହିଛି । ସମାନ ସମୟରେ ଚୀନ୍ ୨୦୨୩ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ୬.୩ ଜିଡିପି ହାସଲ କରିଛି ।

Get real time updates directly on you device, subscribe now.