fbpx

୨୦୨୨ରେ ୮.୫% ରହିବ ଭାରତର ଆର୍ଥିକ ଅଭିବୃଦ୍ଧି: ଆଇଏମଏଫ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ୨୦୨୧ ମସିହାରେ ଭାରତର ଜିଡିପି ଅଭିବୃଦ୍ଧି ୯.୫% ଏବଂ ୨୦୨୨ରେ ୮.୫% ହେବା ନେଇ ଆକଳନ କରିଛି । ଏହାପୂର୍ବରୁ ଚଳିତ ବର୍ଷ ଜୁଲାଇରେ ଆଇଏମ୍ଏଫ୍ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ ଗତବର୍ଷ ଏପ୍ରିଲ ତୁଳନାରେ ୩୦୦ ପଏଣ୍ଟ ଆଧାରରେ ୯.୫% କୁ ହ୍ରାସ କରିଛି, ଗତ ବର୍ଷ ଏପ୍ରିଲରେ ଏହା ୧୨.୫% ରହିଥିଲା ।

ନିକଟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ମଧ୍ୟ ଚଳିତ ବର୍ଷ ଜିଡିପି ଅଭିବୃଦ୍ଧିକୁ ୯.୫% ବଜାୟ ରଖିଛି । ଏଥିରେ ୨୦୨୧-୨୨ ର ଦ୍ୱିତୀୟ କ୍ୱାର୍ଟରରେ ୭.୯% ଅଭିବୃଦ୍ଧି, ତୃତୀୟ କ୍ୱାର୍ଟରରେ ୬.୮%  ଏବଂ ଚତୁର୍ଥ କ୍ୱାର୍ଟରରେ ୬.୧% ରହିଛି। ସରକାରଙ୍କ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏପ୍ରିଲ୍-ଜୁନ୍ ତ୍ର÷ମାସରେ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ୨୦.୧% ବୃଦ୍ଧି ପାଇଛି। ଜୁଲାଇର ତୁଳନାରେ, ୨୦୨୧ ପାଇଁ ବିଶ୍ୱର ଅଭିବୃଦ୍ଧି ଆକଳନକୁ ସାମାନ୍ୟ ୫.୯% କୁ ସଂଶୋଧିତ କରାଯାଇଛି ଏବଂ ୨୦୨୨ ପାଇଁ ୪.୯% ରହିବା ନେଇ ପୂର୍ବରୁ କରାଯାଇଥିବା ଆକଳନରେ ପରିବର୍ତ୍ତନ କରାଯାଇ ନାହିଁ ।

ସେହିପରି ଆମେରିକାରେ ଚଳିତ ବର୍ଷ ୬% ଏବଂ ପରବର୍ତ୍ତୀ ବର୍ଷ ୫.୨% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଅନ୍ୟପକ୍ଷରେ ଚୀନ୍ ରେ ୨୦୨୧ ମସିହାରେ ୮% ବୃଦ୍ଧି ହେବା ସହ ଜୁଲାଇ ଆକଳନରୁ ୦.୧ ପ୍ରତିଶତ ପଏଣ୍ଟ ହ୍ରାସ ପାଇବା ନେଇ କୁହାଯାଇଛି। ୨୦୨୨ ରେ ଚାଇନାର ଜିଡିପି ୫.୬% ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଆଇଏମ୍ଏଫ୍ ମୁଖ୍ୟ ଅର୍ଥନୀତିଜ୍ଞ ଗୀତା ଗୋପୀନାଥ କହିଛନ୍ତି ଯେ ମହାମାରୀ ଯୋଗୁଁ ବିକାଶଶୀଳ ଦେଶ ଗୁଡ଼ିକର ବିକାଶରେ ବାଧା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.