fbpx

ଟ୍ୱିଟରର ନୂଆ ଫିଚର; ଫଲୋଅରଙ୍କୁ ବ୍ଲକ୍ ବଦଳରେ କରିପାରିବେ ‘ସଫ୍ଟ ବ୍ଳକ୍’

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଏହାର ୱେବ୍ ଭର୍ଜନ  ପାଇଁ ନିକଟରେ ଏକ ଫିଚର ଆଣିଛି । ଯେଉଁଥିରେ ଆପଣ ୟୁଜରଙ୍କୁ ବ୍ଲକ ନକରି ବି ବ୍ଲକ କରିପାରିବେ ।  ଏହାର ଅର୍ଥ ହେଉଛି ଯେ ଆପଣ ଯେଉଁ ୟୁଜରଙ୍କୁ ବ୍ଲକ କରିବାକୁ ଚାହୁଛନ୍ତି ତାଙ୍କୁ କେବଳ ‘ସଫ୍ଟ ବ୍ଲକ୍’ ବ୍ଲକ୍ କରିବା ଦ୍ୱାରା ଆପଣଙ୍କ କାମ ହୋଇଯିବ । ଏହା ଦ୍ୱାରା ସେହି ୟୁଜର ଆପଣଙ୍କ ଟ୍ୱିଟ୍ ଦେଖିବାକୁ ସମର୍ଥ ହେବ ନାହିଁ, କିନ୍ତୁ ସେ ନିଜ ଫିଡ୍ ରେ ଆପଣଙ୍କର ଟ୍ୱିଟ୍ ଦେଖି ପାରିବ । ଯେଉଁ ୟୁଜରମାନେ ତାଙ୍କୁ ମେସେଜ୍ କରିବେ, ସେ ମଧ୍ୟ ସେମାନଙ୍କୁ ମେସେଜ୍ କରିପାରିବେ ।

କିପରି କରିବେ ସଫ୍ଟ ବ୍ଲକ୍

ଯଦି କୌଣସି ଫଲୋଅରଙ୍କୁ ସଫ୍ଟ ବ୍ଲକ କରିବାକୁ ଚାହୁଛନ୍ତି ତେବେ ପ୍ରଥମେ ଆପଣଙ୍କୁ ଆପଣଙ୍କ ଟ୍ୱିଟର ପ୍ରୋଫାଇଲକୁ ଯିବାକୁ ହେବ । ଏହପରେ ଫଲୋଅର ଅପ୍ସନ ସମ୍ନାରେ ଥିବା ୩ବିନ୍ଦୁ ଉପରେ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କୁ ‘ରିମୁଭ ଦି ଫଲୋଅର’ ଅପ୍ସନ ଦେଖାଯିବ ଏହା ଉପରେ କ୍ଳିକ କରନ୍ତୁ ।

ଏହି ଫିଚର ଏପରି ଉପଭୋକ୍ତାମାନଙ୍କ ପାଇଁ ବହୁତ ଭଲ ବୋଲି କୁହାଯାଉଛି ଯେଉଁମାନେ ଜଣେ ଫଲୋଅରଙ୍କୁ ସମ୍ପୂର୍ଣ୍ଣ ରୂପେ ବ୍ଲକ କରିବାକୁ ଚାହୁଁନାହାଁନ୍ତି । ଯେଉଁମାନଙ୍କୁ ସଫ୍ଟ ବ୍ଲକ କରାଯିବ ଟ୍ୱିଟର ସେମାନଙ୍କୁ ଏ ବିଷୟରେ କୌଣସି ସୂଚନା ଦେବ ନାହିଁ  ।

ଯଦି ଆପଣ ଜଣେ ଉପଭୋକ୍ତାଙ୍କୁ ସମ୍ପୂର୍ଣ୍ଣ ରୂପେ ବ୍ଲକ କରୁଛନ୍ତି ତେବେ ସେ ଆପଣ ଯାହା ପୋଷ୍ଟ କରିଛନ୍ତି ତାହା ଦେଖିପାରିବେ ନାହିଁ କିମ୍ବା ସେ ଆପଣଙ୍କୁ ମେସେଜ୍ ମଧ୍ୟ କରିପାରିବେ ନାହିଁ  । କିନ୍ତୁ ସଫ୍ଟ ବ୍ଲକ୍ରେ ଏମିତି ହୁଏ ନାହଁ ।

Get real time updates directly on you device, subscribe now.