fbpx
BSKY
BJD SHG SKY
BJD YOUTH SKY

ଡାଉନଲୋଡ୍ କରିଥିଲେ ତୁରନ୍ତ ଡିଲିଟ୍ କରନ୍ତୁ ଏହି ୫ଟି ଆପ୍, ଚୋରି କରିପାରେ ବ୍ୟାଙ୍କ ଡିଟେଲ୍ସ

ଓଡ଼ିଶା ଭାସ୍କର: ଦିନକୁ ଦିନ ଡିଜିଟାଲ ମିଡ଼ିଆର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି । ଆଜିକାଲି ସ୍ମାର୍ଟଫୋନ୍ ନହେଲେ ଯେମିତି ସବୁ କାମ ଅଟକି ଯାଉଛି । ଟେକ୍ନୋଲୋଜି ୟରଙ୍ଖରକ୍ଷକ୍ଟକ୍ଟ୍ର ହେବା ସାଙ୍ଗକୁ ନିୟମିତ ବ୍ୟବଧାନରେ ବିଭିନ୍ନ ଅପ୍ ମଧ୍ୟ ଅପ୍ଡେଟ୍ ହେଉଛି । କିନ୍ତୁ ବେଳେ ବେଳେ ଅନାବଶ୍ୟକ ଆପ୍ ଡାଉନଲୋଡ୍ କରିବା ଦ୍ୱାରା ଆଣ୍ଡ୍ରଏଡ୍ ଫୋନରେ ଭାଇରସ ପ୍ରବେଶ କରିଥାଏ । ଫଳରେ ଫୋନ୍ ହ୍ୟାଙ୍ଗ୍ ହେବା, ତଥ୍ୟ ଚୋରି ହେବ ଭଳି ଆଶଙ୍କା ଦେଖାଦେଇଥାଏ ।

ଏକ ରିପୋର୍ଟରୁ ପ୍ରକାଶ ଯେ Anasta ନାମକ ଏକ ଭାଇରସ ବିଭିନ୍ନ ମୋବାଇଲ ଆପ୍ ମାଧ୍ୟମରେ ଲୋକଙ୍କ ବ୍ୟାଙ୍କ ତଥ୍ୟ ଚୋରି କରିଥାଏ । ବର୍ତ୍ତମାନ ଏହି Anasta ଆପ୍ ଗୁଗୁଲ ପ୍ଲେ ଷ୍ଟୋରରେ ମଧ୍ୟ ଉପଲବ୍ଧ ଏବଂ ବାସ୍ତବ ପରି ମନେ ହୁଏ । ବ୍ରିଟେନ୍, ଜର୍ମାନୀ, ସ୍ପେନ୍, ସ୍ଲୋଭାକିଆ, ଚେକ୍ ରିପବ୍ଲିକ୍ ଭଳି ଅନ୍ୟ ଦେଶରେ ଏହି ଭାଇରସର ବିସ୍ତାର ପାଇଁ ବିଭିନ୍ନ ପଦ୍ଧତି ବ୍ୟବହାର କରାଯାଉଛି । ତେବେ ଏହି ୫ଟି ଆପ୍ ଦ୍ୱାରା ଫୋନରେ ଭାଇରସ ପ୍ରବେଶ କରିବାର ଆଶଙ୍କା ଦେଖାଦେଇଥାଏ ।

୧. ଫାଇଲ ଏକ୍ସପ୍ଲୋରର(com.volabs.androidcleaner)

୨. ପିଡିଏଫ୍ ଭିୟୁଅର: ଫାଇଲ ଏକ୍ସପ୍ଲୋରର (com.xolab.fileexplorer)

୩. ପିଡିଏଫ୍ ରିଡର: ଭୟୁଅର ଆଣ୍ଡ୍ ଏଡିଟର (com.jumbodub.fileexplorerpdfviewer)

୪. ଫୋନ୍ କ୍ଲିନର: ଫାଇଲ ଏକ୍ସପ୍ଲୋରର(com.appiclouds.phonecleaner)

୫. ପିଡିଏଫ୍ ରିଡର: ଫାଇଲ ମ୍ୟାନେଜର(com.tragisoap.fileandpdfmanager)

ଗୁଗୁଲର କହିବାନୁଯାୟୀ ଏହି ଆପ୍ ଡାଉନଲୋଡ୍ କରୁଥିବା ପ୍ରକୃତ ସଂଖ୍ୟା ପ୍ରାୟ ୨ ଲକ୍ଷ୍ୟ ପାଖାପାଖି ହୋଇପାରେ । ଆପଣ ଯଦି ଏହି ଉପରୋକ୍ତ ଆପ୍ ଗୁଡ଼ିକ ମଧ୍ୟରୁ କିଛି ଡାଉନଲୋଡ଼ କରିଛନ୍ତି ତେବେ ତାକୁ ତୁରନ୍ତ ଫୋନରୁ ଡିଲିଟ୍ କରିଦିଅନ୍ତୁ ଏବଂ ପାସୱାର୍ଡ଼ ବଦଳାଇ ଦିଅନ୍ତୁ ।

Get real time updates directly on you device, subscribe now.