fbpx

Ration Cardରେ ଫଟାଫଟ୍ ଅପଡେଟ କରନ୍ତୁ ଏହି ଜିନିଷ: ନଚେତ୍ ମିଳିବନି ଚାଉଳ !

Advertisement

ନୂଆଦିଲ୍ତଲୀ: ଗରିବ ଲୋକଙ୍କ ପାଇଁ ସରକାଙ୍କ ପକ୍ଷରୁ ଅନେକ ଯୋଜନା ଆରମ୍ଭ ହୋଇଛି । ଗରିବ ଲୋକଙ୍କୁ କମ୍ ମୂଲ୍ୟରେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ସହିତ କମ୍ ମୂଲ୍ୟ ବା ମାଗଣାରେ ରାସନ ବି ଯୋଗାଉଛନ୍ତି ସରକାର । ସେଥିରେ ରାସନ କାର୍ଡ ମଧ୍ୟ ସାମିଲ ରହିଛି । ରାସନ କାର୍ଡ ଯୋଗୁଁ ଗରିବ ଲୋକମାନେ କମ୍ ମୂଲ୍ୟରେ ବା ମାଗଣାରେ ପରିବାର ସଦସ୍ୟଙ୍କ ଅନୁସାରେ ରାସନ ନେଉଛନ୍ତି । କିନ୍ତୁ ତୁରନ୍ତ ରେସନ କାର୍ଡରେ ଗୋଟିଏ ଜିନିଷ ଅପଡେଟ୍ କରିବା ମଧ୍ୟ ଆବଶ୍ୟକ, ନଚେତ୍ ରେସନ୍ କାର୍ଡ ଧାରକଙ୍କୁ ରାସନ ନେବାରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ତୁରନ୍ତ କରନ୍ତୁ ଅପଡେଟ :-
ତେବେ ରାସନ୍ କାର୍ଡରେ ମୋବାଇଲ୍ ନମ୍ବର ଅପଡେଟ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ରାସନ୍ କାର୍ଡରେ ଭୁଲ୍ ନମ୍ବର ଅପଡେଟ୍ ହୁଏ କିମ୍ବା ପୁରୁଣା ନମ୍ବର ଅପଡେଟ୍ ହୁଏ, ତେବେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ଏପରି ପରିସ୍ଥିତିରେ, ରାସନ କାର୍ଡ ସହିତ ଜଡିତ ଅନ୍ୟ ଅପଡେଟଗୁଡ଼ିକ ମଧ୍ୟ ଉପଲବ୍ଧ ହେବ ନାହିଁ । ତେଣୁ ରାସନ କାର୍ଡରେ ଥିବା ମୋବାଇଲ୍ ନମ୍ବରକୁ ଅପଡେଟ୍ କରିବା ଆବଶ୍ୟକ, ଯାହା ଆପଣ ବ୍ୟବହାର କରୁଛନ୍ତି ।

ପ୍ରତ୍ୟେକ ରାଜ୍ୟ ପାଇଁ ଏକ ଅଲଗା ରାସନ କାର୍ଡ ଜାରି ହୋଇଥାଏ । ଏଭଳି ପରିସ୍ଥିତିରେ ମୋବାଇଲ୍ ନମ୍ବରକୁ ରାସନ କାର୍ଡରେ ରାଜ୍ୟ ଅନୁଯାୟୀ ଅପଡେଟ୍ କରାଯାଇପାରିବ । ଏହାର ପ୍ରକ୍ରିୟା ଅନଲାଇନରେ ମଧ୍ୟ ହୋଇପାରିବ ।

Get real time updates directly on you device, subscribe now.