ଭୂମଧ୍ୟ ସାଗରୀୟ ଜଳବାୟୁ ପରିବର୍ତ୍ତନ ପ୍ରଭାବ: ଆସନ୍ତା ୧୫ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଭୂମଧ୍ୟ ସାଗରୀୟ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଆସନ୍ତା ୧୫ ତାରିଖରୁ ରାଜ୍ୟର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୬ ଏବଂ ୧୭ରେ ଘଡଘଡି ସହ ବର୍ଷା ଓ ପବନ ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।
ସୂଚନା ଅନୁଯାୟୀ ଆସନ୍ତା ୧୫ ରୁ ୧୬ ତାରିଖ ମଧ୍ୟରେ କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡା, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ସେହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୬ ରୁ ୧୭ ତାରିଖ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ମୟୁରଭଂଜ, ବାଲେଶ୍ୱର ଜିଲ୍ଲାରେ ଘଡଘଡି ସହ ବର୍ଷା ଓ ଘଂଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ଥିବାରୁ ସେହିସବୁ ଜିଲ୍ଲାଗୁଡ଼ିକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆସୁଛି ପଶ୍ଚିମା ଝଡ !!
ପଶ୍ଚିମା-ଝଡ଼ ସହ ଜଡିତ ବାୟୁମଣ୍ଡଳର ମଧ୍ୟଭାଗରେ ଥିବା ଟ୍ରଫ ଲାଇନ ସହ ବଙ୍ଗୋପସାଗର ଅଞ୍ଚଳରୁ ବାୟୁମଣ୍ଡଳର ନିମ୍ନ ଭାଗରେ ଜଳୀୟବାଷ୍ପପୂର୍ଣ୍ଣ ପୂର୍ବାଳୀ ବାୟୁ ସଂସ୍ପର୍ଶରେ ପାରସ୍ପରିକ କ୍ରିୟା ଯୋଗୁ ୧୬ ଏବଂ ୧୭ ତାରିଖରେ ବିଜୁଳି ଘଡଘଡି ସହ ଝଡ଼ ପବନ ଘଣ୍ଟା ପ୍ରତି ବେଗ ୪୦ ରୁ ୫୦ କିମି ସମ୍ଭାବନା ରହିଛି, pic.twitter.com/R6e3IspSLh
— Meteorological Centre, Bhubaneswar (@mcbbsr) March 13, 2023
#Warning for Day-3 to Day-5:
Day-1 & Day-2: NIL pic.twitter.com/SC98R4EbBg— Meteorological Centre, Bhubaneswar (@mcbbsr) March 13, 2023