fbpx

୮୩ ବର୍ଷୀୟ ବୃଦ୍ଧଙ୍କ ଚମତ୍କାର: ଗୋଟିଏ ଗଛରେ ଫଳୁଛି ୩୦୦ କିସମର ଆମ୍ବ, ଫଳରୁ ପ୍ରସ୍ତୁତ ହେବ କ୍ୟାନସର, ଏଡସ୍ ମେଡିସିନ୍

ନୂଆଦିଲ୍ଲୀ: ସାଧାରଣତଃ ଗୋଟିଏ ଗଛରେ ଗୋଟିଏ କିସମର ଫଳ ଫଳିଥାଏ । ତେବେ ଯଦି ଆପଣଙ୍କୁ କୁହାଯିବ ଯିବ ଗୋଟିଏ ଗଛରେ ୩୦୦ କିସମର ଫଳ ଫଳୁଛି ତେବେ ଏହାକୁ କେହି ବିଶ୍ୱାସ କରିବେ ନାହିଁ । ତେବେ ଏପରି ଏକ ଅଦ୍ଭୂତ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ନିକଟରେ । ଜଣେ ୮୩ ବର୍ଷୀୟ ବୃଦ୍ଧ ଚାଷୀ ଏହି ଅବିଶ୍ୱସନୀୟ କାର୍ଯ୍ୟ କରି ଦେଖାଇଛନ୍ତି । ଏହି ପ୍ରୟାସ ପାଇଁ ପୂର୍ବରୁ ଏହି ଚାଷ ଜଣଙ୍କ ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ଜଣାପଡ଼ିଛି, ଲକ୍ଷ୍ନୌ ନିକଟସ୍ଥ ମଲିହାବାଦ ନିକଟରେ ରହିଥିବା ଏକ ବୃକ୍ଷରେ ୩୦୦ରୁ ଅଧିକ କିସମର ଆମ୍ବ ଫଳୁଛି । ପ୍ରତି ଆମ୍ବର ରଙ୍ଗ, ରୂପ, ଆକାର ଓ ସ୍ୱାଦ ପରସ୍ପରଠାରୁ ଅଲଗା ଅଟେ । ମାତ୍ର ୭ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା କାଜି କଲିମ ଉଲ୍ଲାହ ଖାନ ବଳଲଧ ୧୭ ବର୍ଷ ବୟସରେ ପ୍ରଥମେ ଗ୍ରାଫ୍ଟିସ ଜରିଆରେ ଏକ ଗଛରେ ୭ କିସମର ଆମ୍ବ ଫଳାଇଥିଲେ । ପରେ ସେ ୧୯୮୭ରେ ଏକ ଗଛ ଲଗାଇ ସେଥିରେ ୧୩ କିସମର ଆମ୍ବ ଫଳାଇଥିଲେ, ଯାହାକୁ ନେଇ କାଜି ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଥିଲେ ।

ତେବେ ଏନେଇ କାଜି କହିଛନ୍ତି, ଦୀର୍ଘବର୍ଷ ହେଲା ଉକ୍ତ ବୃକ୍ଷରେ ୩୦୦ରୁ ଅଧିକ କିସମର ଆମ୍ବ ଫଳୁଛି । ଏହି ଚମତ୍କାର ବିଷୟରେ ଜାଣିବା ପାଇଁ ତାଙ୍କ ପାଖକୁ ଜାପାନର ଏକ ଟିମ୍ ଆସି ତଥ୍ୟ ହାସଲ କରିଥିଲା । ଏଥିସହିତ ଆମେରିକାର ଏକ ଟିମ୍ ମଧ୍ୟ ବୃକ୍ଷ ସମ୍ପର୍କରେ ଅନେକ ଡାଟା ନେଇଛି । ଏହି ଗଛରେ ଯେଉଁ ସବୁ ଆମ୍ବ ଫଳିଥାଏ ତାହାକୁ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥାଏ । ଏହି ଆମ୍ବ କ୍ୟାନସର, ଏଡସ୍ ଭଳି ଭୟଙ୍କର ରୋଗର ଚିକିତ୍ସା ଦିଗରେ ଉପଯୋଗୀ ହୋଇପାରିବ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି । ଆସନ୍ତା ଜୁଲାଇ ମାସ ବେଳକୁ ଏହି ଗଛରେ ଆଉ ୨୦ରୁ ୨୫ କିସମର ଆମ୍ବ ଫଳିବ ବୋଲି କାଜି କହିଛନ୍ତି ।

Get real time updates directly on you device, subscribe now.