fbpx

ନିମିଷକେ ଉଡ଼ିଗଲା ୫୬ ଜଣଙ୍କ ପ୍ରାଣବାୟୁ: ହଠାତ୍ ମାଡ଼ି ଆସିଲା ଝଡ଼ ତୋଫାନ, ଭୂକମ୍ପ

ନୂଆଦିଲ୍ଲୀ: ଦିନକୁ ଦିନ ସାରା ବିଶ୍ୱ ବିପଦ ଆଡ଼କୁ ମାଡ଼ି ଚାଲିଛି । ଜଳ, ସ୍ଥଳ, ଆକାଶ, ସୂର୍ଯ୍ୟ, ଧରିତ୍ରୀ, ଜଳବାୟୁକୁ ନେଇ ଅନେକ ସମୟରେ ବୈଜ୍ଞାନିକମାନେ ଭୟଙ୍କର ତଥ୍ୟ ଦେଉଛନ୍ତି । ଆଗାମୀ କିଛି ବର୍ଷ ମଧ୍ୟରେ ବିଶ୍ୱ ଧ୍ୱଂସ ପାଇଯିବ ବୋଲି ମଧ୍ୟ ଅନେକ ଜ୍ୟୋତିର୍ବିଦ ଭବିଷ୍ୟବାଣୀ କରିଛନ୍ତି । ତେବେ ଏହା ମଧ୍ୟରେ ଆଜି ଏଭଳି ଏକ ଭୟଙ୍କର ବିପଦ ମାଡ଼ିଆସିବାରୁ ୫୬ ଜଣଙ୍କ ଜୀବନ ଚାଲିଯାଇଛି ।

ଖବର ମୁତାବକ, ଆଫ୍ରିକାରେ ଏଭଳି ଏକ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି । ସେଠାରେ ଝଡ଼ ତୋଫାନର କହର, ଭୂସ୍ଖଳ, ବାତ୍ୟା କାରଣରୁ ୫୬ ଜଣଙ୍କର ମୃତ୍ୟୁ ଘଟିଛି । ଆଫ୍ରିକାର ମଲାବୀ ଓ ମୋଜାମ୍ବିକରେ ଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି । ଏହି ମୃତ୍ୟୁ ନେଇ ଦୁଇ ଦେଶ ତରଫରୁ ଅଫିସିଆଲ ଭାବେ ସୂଚନା ଦିଆଯାଇଛି । ମଲାବୀରେ ୫୬ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ପୋଲିସ ସୂଚନା ଦେଇଥିଲା । ଅନ୍ୟପକ୍ଷରେ ଅନ୍ୟ କିଛି ଲୋକ ଆହତ ହେବା ସହ ନିଖୋଜ ରହିଛନ୍ତି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କର ମୃତ୍ୟୁ ଘଟିଥିବା ମୋଜାମ୍ବିକ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ନିକଟରେ ତୁର୍କୀ-ସିରିଆରେ ଦେଖାଯାଇଥିବା ଭୂକମ୍ପର ତାଣ୍ଡବରେ ହଜାର ହଜାର ଲୋକ ମୃତ୍ୟୁବରଣ କରିଥିବା ବେଳେ ହଜାର ବିଲଡିଂ ମାଟିରେ ମିଶିଯାଇଥିଲା । ଏଥିସହିତ ହଜାର ହଜାର ଲୋକ ଆଜି ପର୍ଯ୍ୟନ୍ତ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗୋଟିଏ ଦୁଃଖର କାହାଣୀ ନ ସରୁଣୁ ପୁଣି ବିଶ୍ୱବକ୍ଷରେ ଦେଖିବାକୁ ମିଳିଛି ପ୍ରକୃତିର ଆଉ ଏକ ତାଣ୍ଡବ ରୂପ । ସେହିପରି ଓଡ଼ିଶାରେ ଆସନ୍ତା ୧୫ ତାରିଖରୁ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବା ନେଇ ପାଣିପାଗ ବିଜ୍ଞାନ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Get real time updates directly on you device, subscribe now.