fbpx

କାଳାଷ୍ଟମୀର କ’ଣ ରହିଛି ମହତ୍ୱ? ଭୁଲରେ ବି କରନ୍ତୁ ନାହିଁ ଏହି କାର୍ଯ୍ୟ…

ଓଡ଼ିଶା ଭାସ୍କର: ହିନ୍ଦୁଧର୍ମରେ କାଳ ଭୈରବଙ୍କୁ ଭଗବାନ ଶିବଙ୍କ ଅନ୍ୟ ରୂପ ଭାବେ ବିବେଚନା କରାଯାଇଛି । ତେଣୁ କାଳାଷ୍ଟମୀ ପୂଜାର୍ଚ୍ଚନାର ବିଶେଷ ମହତ୍ୱ ରହିଛି । ପ୍ରତି ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥିରେ କାଳାଷ୍ଟମୀ ପୂଜା କରାଯାଇଥାଏ । ହିନ୍ଦୁ ପାଞ୍ଜିକା ଅନୁଯାୟୀ ଆସନ୍ତା ୨୦୨୪ ଜାନୁଆରୀ ୪ରେ କାଳାଷ୍ଟମୀ ତିଥି ପଡ଼ୁଛି । ଧାର୍ମିକ ମାନ୍ୟତା ଅନୁଯାୟୀ କାଳାଷ୍ଟମୀ ଦିନ ଅନେକ କାର୍ଯ୍ୟ ବର୍ଜନୀୟ । ତେବେ ଆସନ୍ତୁ ଜାଣିବା ଏହି ଦିନ କେଉଁ କାର୍ଯ୍ୟ କରିବା ଉଚିତ:

-କାଳାଷ୍ଟମୀ ସ୍ନାନାଦି କାର୍ଯ୍ୟରୁ ନିବୃତ୍ତ ହୋଇ ଭଗବାନ କାଳ ଭୈରବଙ୍କ ବିଧି ଅନୁଯାୟୀ ପୂଜାର୍ଚ୍ଚନା କରି ଲେମ୍ବୁ ମାଳ ଅର୍ପଣ କରନ୍ତୁ ।

– କାଳ ଭୈରବଙ୍କୁ ପ୍ରସନ୍ନ କରିବା ପାଇଁ କଳା ବିରିରେ ନିର୍ମିତ ପ୍ରସାଦ ଓ ଜିଲାପି ଭୋଗ ଲଗାନ୍ତୁ
– ଗରୀବଙ୍କୁ ଦାନ କରନ୍ତୁ

– କାଳ ଭୈରବଙ୍କ ମନ୍ତ୍ର-‘ଓଁ କାଳଭୈରବାୟ ନମଃ’ ଜାପ କରନ୍ତୁ

କାଳାଷ୍ଟମୀ ଦିନ କେଉଁ କାର୍ଯ୍ୟ କରିବା ବର୍ଜନୀୟ:

– କାହାର ଅନାଦର ବା ଅପମାନ କରନ୍ତୁ ନାହିଁ
– ଆମିଷ ଭୋଜନ ଏବଂ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ
– ଧାରୁଆ ଜିନିଷ ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ
– ପଶୁପକ୍ଷୀଙ୍କୁ ହଇରାଣ କରନ୍ତୁ ନାହିଁ

ଭଗବାନ ଶିବଙ୍କ ରୌଦ୍ର ରୂପ କାଳ ଭୈରବଙ୍କୁ ସମର୍ପିତ କାଳାଷ୍ଟମୀ । ଏହି ଦିନ ବ୍ରତ ରଖିବା ସହ କାଳ ଭୈରବଙ୍କ ବିଶେଷ ପୂଜାର୍ଚ୍ଚନା କରିବା ଦ୍ୱାରା ଆର୍ଶୀବାଦ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହା ସହ ବ୍ୟକ୍ତିକୁ ସମସ୍ତ ପାପ ଓ କଷ୍ଟରୁ ମୁକ୍ତି ମିଳିଥାଏ । ଯେଉଁମାନଙ୍କୁ ରାତିରେ ଦୁଃସ୍ୱପ୍ନ ଆସିଥାଏ ସେମାନଙ୍କୁ କାଳାଷ୍ଟମୀ ବ୍ରତ ଓ ପୂଜା କରିବା ଉଚିତ ।

Get real time updates directly on you device, subscribe now.