fbpx

ଏଟିଏମରୁ ଟଙ୍କା ବାହାର କରୁଥିବା ଲୋକଙ୍କ ପାଇଁ ଜରୁରୀ ସୂଚନା, ଏହି ସରକାରୀ ବ୍ୟାଙ୍କ ନିୟମରେ ଆସିଛି ବଡ ପରିବର୍ତ୍ତନ..

ସରକାରୀ ବ୍ୟାଙ୍କରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ଆସିଲା ବଡ ଖବର । ବ୍ୟାଙ୍କ ଏଟିଏମ ଟ୍ରାନଜାକ୍ସନ ରେ ଯୋଡି ହୋଇଥିବା ନିୟମରେ ବଡ ପରିବର୍ତ୍ତନ ଆସିଛି । କାନାଡା ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ କିଛି ନୂଆ ନିୟମ ଜାରି କରିଛି । ଆପଣ ଯଦି ଏଟିଏମ ସାହାଯ୍ୟରେ ଟଙ୍କା କାରବାର କରୁଛନ୍ତି ତେବେ ଏହା ପୂର୍ବରୁ ଜାଣି ରଖନ୍ତୁ ନିୟମରେ କି ପରିବର୍ତ୍ତନ ଆସିଛି ।

କାନାଡା ବ୍ୟାଙ୍କ ଏଟିଏମ କ୍ୟାସ, ପିଓସି ଏବଂ ଇ-ବାଣିଜ୍ୟ କାରବାର ପାଇଁ ଦୈନିକ କାରବାର ସୀମା ବୃଦ୍ଧି କରିଛି । ଏନେଇ ବ୍ୟାଙ୍କ ନିଜ ଅଫିସିଆଲ ୱେବସାଇଟରେ ସୂଚନା ଦେଇଛି । ବ୍ୟାଙ୍କ କହିବା ଅନୁସାରେ ଏହା ଖୁବ ଶିଘ୍ର ଆରମ୍ଭ ହେବାକୁ ଯାଉଛି ।

ରିଜର୍ଭ ବ୍ୟାଙ୍କ ଗାଇଡଲାଇନ ମୁତାବକ, କାର୍ଡ ଟ୍ରାନଜାକ୍ସନର ସିକ୍ୟୁରିଟିରେ ମଧ୍ୟ ବ୍ୟାଙ୍କ ତରଫରୁ ବୃଦ୍ଧି କରାଯାଇଛି । ବ୍ୟାଙ୍କ କ୍ଲାସିକ ଡେବିଡ କାର୍ଡର ଏଟିଏମ ଟ୍ରାନଜାକ୍ସନ ଦୈନିକ ଲିମିଟ ୪୦,୦୦୦ ହଜାର ଟଙ୍କାକୁ ବୁଦ୍ଧି କରି ୭୫,୦୦୦ ହଜାର କରାଯାଇଛି ।

ଏହା ବ୍ୟତିତ, ଏହି କାର୍ଡ ପାଇଁ ଦୈନିକ ପିଓଏସ କ୍ୟାପ୍ କୁ ୧ଲକ୍ଷରୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ, ଆପଣ ଯଦି ଏନଏଫସି ପାଇଁ ଦୈନିକ ୨୫,୦୦୦ ଟଙ୍କା କାଢିବାକୁ ନିଷ୍ପତ୍ତି ନେଇଛନ୍ତି ତେବେ ଏଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।

ଏହାକୁ ବାଦଦେଲେ ପ୍ଲାଟିନମ, ବ୍ୟବସାୟ, ସିଲେକ୍ଟ ଡେବିଡ କାର୍ଡରେ ମଧ୍ୟ, ଏହାର ନଗଦ କାରବାର ସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି । ଏହାକୁ ୫୦,୦୦୦ ରୁ ବୃଦ୍ଧି କରାଯାଇ ୧ଲକ୍ଷ ଟଙ୍କା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ପିଓଏସର ଦୈନିକ କାରବାର ସୀମାକୁ ୨ଲକ୍ଷରୁ ୫ଲକ୍ଷକୁ ବୃଦ୍ଧିକରିବା ପାଇଁ ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.