fbpx

ଶୁକ୍ରଙ୍କ ଗତି ପରିବର୍ତ୍ତନ; ଏହି ସବୁ ରାଶିମାନଙ୍କ ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ହିନ୍ଦୁ ଧର୍ମ ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହକିଛି ସମୟ ବ୍ୟବଧାନରେ ସେମାନଙ୍କ ରାଶି ଓ ଗତି ପରିବର୍ତ୍ତନ କରନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ତେବେ ପୂର୍ବରୁ ଅନେକ ଗ୍ରହ ସେମାନଙ୍କ ରାଶି ଓ ସ୍ଥିତି ପରିବର୍ତ୍ତନ କରିଥିବା ବେଳେ ଧନ ଗ୍ରହ ଶୁକ୍ର ନିଜ ରାଶି ପରିବର୍ତ୍ତନ କରି ଧନୁ ରାଶିରେ ପ୍ରବେଶ କରିଛନ୍ତି । ଏଥିସହିତ ଶୁକ୍ର ଗ୍ରହ ଡିସେମ୍ବର ୨୯ ତାରିଖ ପ୍ରର୍ଯ୍ୟନ୍ତ ସେହି ରାଶିରେ ନିଜର ଗତି ଚାଳନ କରିବେ । ଫଳରେ ଏହା ୧୨ଟି ରାଶି ଉପରେ ପ୍ରଭାବ ପକାଇବ । କିନ୍ତୁ ଖାସ କରି ୫ଟି ରାଶି ଉପରେ ଏହା ଅଧିକ ପ୍ରଭାବ ପକାଇବ । ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଲାଗି ରହିବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ରାଶିରମାନଙ୍କ ବିଷୟରେ ।

ମିଥୁନ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ରଙ୍କ ରାଶି ଏବଂ ଗତି ପରିବର୍ତ୍ତନ ମଥୁନ ରାଶି ଉପରେ ଅଧିକ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେବା ସହ ଅର୍ଥିକ ସଂକଟ ମଧ୍ୟ ଦେଖାଦେବ । ଏଥିସହିତ କର୍ମ କ୍ଷେତ୍ରରେ ମଧ୍ୟ ଚିନ୍ତା ଏବଂ ବିବାଦରେ ଫସି ପାରନ୍ତି ।ତେଣୁ ସତର୍କତା ର ସହ କାମ କରିବା ଆବଶ୍ୟକ । ତେଣୁ ଏହି ସମୟ ମଧ୍ୟରେ ମିଥୁନ ରାଶିର ବ୍ୟକ୍ତିମାନେ ସକର୍ତ ରହିବା ଆବଶ୍ୟକ ।

କର୍କଟ: ଶୁକ୍ରଙ୍କ ରାଶି ପରିବର୍ତ୍ତନ ଏହି ରାସିର ବ୍ୟକ୍ତିମାନଙ୍କ ପାଇଁ ବିପଦ ସୃଷ୍ଟି କରିବ । ଫଳରେ ଆପଣଙ୍କ ଗୁପ୍ତ ଶତ୍ରୁମାନେ ସକ୍ରିୟ ହୋଇ ପାରନ୍ତି । ଏଥିସହିତ କର୍ମକ୍ଷେତ୍ରରେ ମଧ୍ୟ ସାବଧାନତା ଅବଲମ୍ବନ କରନ୍ତୁ । ନଚେତ୍ ଚାକିରୀ ଯିବା ସହ ସମ୍ମାନ ହାନି ହେବାର ମଧ୍ୟ ସମ୍ଭାବନା ରହିଛି । ତେଣୁ ଏହି ସମୟ ମଧ୍ୟରେ ସତର୍କ ରହିବା ଆବଶ୍ୟକ ।

ତୁଳା: ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁକ୍ରଙ୍ର ରାଶି ପରିବର୍ତ୍ତନ ଅନେକ ସମସ୍ୟା ସୃଷ୍ଟି କରିବ । ତେଣୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଅନେକ ଥର ଚିନ୍ତା କିବା ଉଚିତ୍ । ଏଥିସହିତ ବେପାର ବାଣିଜ୍ୟ କ୍ଷେତ୍ରରେ ମଧ୍ୟ କ୍ଷତି ସହିପାରନ୍ତି । ଯେଉଁ କାରଣରୁ ଅର୍ଥିକ ସମସ୍ୟା ଲାଗି ରହିବ । ତେଣୁ ଏହି ୨୨ ଦିନ ସତର୍କ ରହିବା ଆବଶ୍ୟକ ।

ଧନୁ: ଶୁକ୍ର ବିଚ୍ଛା ରାଶିରୁ ବାହାରି ଧନୁ ରାଶିରେ ପ୍ରବେଶ କରିଛନ୍ତି । ଫଳରେ ଏହା ଧନୁ ରାଶି ଉପରେ ଭଲ ପ୍ରଭାବ ପକାଇବ ନାହିଁ । ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟାର ସମ୍ମୁଖାୀନ ହେବା ସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦେଖାଦେବ । ଏଥିସହିତ ନିଜର କଥାରେ ସଞ୍ଜମତା ରକ୍ଷା କରିବା ସହ ଅର୍ଥିକ ସ୍ଥିତି ପ୍ରତି ଣଦ୍ୟ ସତର୍କ ରହିବା ଆବଶ୍ୟକ ।

ମକର: ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁକ୍ରଙ୍କ ରାଶି ପରିବର୍ତ୍ତନ ଅନେକ ଅସୁବିଧା ଆଣିବ । ତେଣୁ ଏହି ରାଶିର ବ୍ୟକ୍ତିମାନେ ସମସ୍ତ କାର୍ଯ୍ୟ ଭାବି ଚିନ୍ତି କରିବା ଉଚିତ୍ । ଏଥିସହିତ ଯାନ ବାହାନ ଚଳାଚଳ ସମୟରେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ । ନଚେତ୍ ଦୁର୍ଘଟଣାର ଶିକାର ହୋଇ ପାରନ୍ତି ।

Get real time updates directly on you device, subscribe now.