fbpx

Video: ଚଳନ୍ତା ମାଲଗାଡ଼ି ଟ୍ରେନରୁ ତେଲ ଚୋରି: ଦେଖନ୍ତୁ ଏହାର ଭୟଙ୍କର ଦୃଶ୍ୟ

ନୂଆଦିଲ୍ଲୀ: ଚୋରମାନେ ଚୋରି କରିବା କଥା ତ ଅତି ସାଧାରଣ । ଚୋରମାନେ ଚୋରି କରିବା ପାଇଁ ବିଭିନ୍ନ ଉପାୟ ବାହାର କରିଥାନ୍ତି । ସେହିପରି ବିଭିନ୍ନ ଷ୍ଟାଇଲରେ ଚୋରି କରି ଚୋରମାନେ ଚର୍ଚ୍ଚାକୁ ଆସିଥାନ୍ତି । ତେବେ ଆସନ୍ତୁ ଆପଣଙ୍କୁ ଏପରି କିଛି ଚୋରି ବିଷୟରେ କହିବା ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ବିହାରରେ ଦିନକୁ ଦିନ ଚୋରି ମାମଲା ବଢିବାରେ ଲାଗିଛି । ସେହିପରି ବିହାରରେ ସଡକ ଚୋରି ହୋଇଥିବା ମାମଲା ସାମ୍ନାକୁ ଆସିଛି । ଏବେ ଆଉ ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଲୋକମାନେ ନିଜ ଆଖିରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଚୋରମାନେ ଚୋରି କେଉଁ ପରିମାଣରେ କରିପାରିବେ ତାହା ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ । ସୋସିଆଲ ମିଡିଆରେ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ବିହାରର ଚୋରମାନେ ଚଳନ୍ତା ଟ୍ରେନରୁ ତେଲ ଚୋରି କରୁଥିବା ଦେଖାଯାଇଛି ।

ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓରେ ବିହାରର ଚୋରମାନେ ପାଟଣାର ପ୍ରଶାସନିକ ସବଡିଭିଜନ୍ ବିହଟା ଦେଇ ଯାଉଥିବା ଏକ ତେଲ ଟ୍ୟାଙ୍କର୍ ଟ୍ରେନକୁ ଟାର୍ଗେଟ କରିଥିଲେ । ଏହି ଭିଡିଓକୁ ଟ୍ୱିଟର ବ୍ୟବହାରକାରୀ ଖାତୁନ ଶମସିଦା ପୋଷ୍ଟ କରିଛନ୍ତି, ଯିଏ ଭିଡିଓ ସହିତ ଲେଖିଛନ୍ତି, ‘ବିହାରର ଏକ ଚଳପ୍ରଚଳ ଟ୍ରେନରୁ ତେଲ ଚୋରି ହୋଇଛି । ତେବେ ଏହି ଭିଡିଓ ବିହାରର ପାଟନା ଜିଲ୍ଲା ବିହଟା ନଗରରୁ ସାମ୍ନାକୁ ଆସିଛି । ତେଲ ଚୋରି କରୁଥିବା ସମୟରେ କେହି ଜଣେ ଭିଡିଓକୁ କ୍ୟାମେରାରେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତେଲ ଟ୍ୟାଙ୍କର ନେଇ ଯାଉଥିବା ଏକ ଟ୍ରେନରୁ ସ୍ଥାନୀୟ ଲୋକମାନେ ସେମାନଙ୍କ ବାଲ୍ଟିରେ ତେଲ ଭରିବା ପାଇଁ ଦୌଡୁଥିବାର ଦେଖାଯାଇଥିଲା ।

ସେହିପରି ଭିଡିଓରେ ଦେଖାଯାଇଛି ଯେ, ବାଲଟିରେ ତେଲ ଭରିବା ସମୟରେ ଏକ ରେଳ ବ୍ରିଜ୍ ମଧ୍ୟ ଅଛି, ଯେଉଁଠାରେ ଚୋରମାନେ ସେମାନଙ୍କ ଜୀବନ ପ୍ରତି ବିପଦ ଥାଇ ମଧ୍ୟ ଏଭଳି ଚୋରି କରୁଥିବା ଦେଖିବାକୁ ମିଳିଛି । ଚୋରମାନେ ଟ୍ରେନ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ମଧ୍ୟ ତେଲ ଚୋରି କରିବାକୁ ଚେଷ୍ଟା କରିଥିଲେ, ଯାହା ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ) ର ତୈଳ ଡିପୋକୁ ଯାଉଥିବାର ଅଭିଯୋଗ ହୋଇଥିଲା । ଏହି କାର୍ଯ୍ୟ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।

Get real time updates directly on you device, subscribe now.