fbpx

ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ମାଓ ମୁକାବିଲା ନେଇ ସମୀକ୍ଷା

ଭୁବନେଶ୍ୱର: ଦିନକୁ ଦିନ ନକ୍ସଲ ଏବଂ ମାଓବାଦୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଥିବାବେଳେ ଓଡ଼ିଶା ପୋଲିସ ପକ୍ଷରୁ ଗରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଛି । ନକ୍ସଲ- ମାଓ ଦମନ ନେଇ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଡିଜି କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ମାଓବାଦୀ ଏବଂ ନକ୍ସଲଙ୍କ କାର୍ଯ୍ୟକଳାପ ଉପରେ କିଭଳି ରୋକ୍ ଲଗାଇ ହେବ ସେନେଇ ଏହି ବୈଠକରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେଉଛି । ରାଜ୍ୟର ମାଓ ପ୍ରବଣ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ଏବଂ ଅନେକ ଗରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଛି । ଏହି ବୈଠକରେ ଗୁଇନ୍ଦା ବିଭାଗର ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି ଅପରେସନ ଦେବଦତ୍ତ ସିଂହ, ଆଇନ୍ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାରଙ୍କ ସହ ବହୁ ବରିଷ୍ଠ ଆଇପିଏସ୍ ଅଧିକାରୀ ଉପସ୍ଥିତ ରହିଛନ୍ତି ।

 

Get real time updates directly on you device, subscribe now.