fbpx

ଜୀବନରେ ଉନ୍ନତି ଚାହୁଁଛନ୍ତି କି? ବୁଧବାର ଦିନ କରନ୍ତୁ ଏହି କାମ, ରାଶିରେ ଦୃଢ଼ ହେବ ବୁଧଗ୍ରହର ସ୍ଥିତି

ଓଡ଼ିଶା ଭାସ୍କର: ସପ୍ତାହର ପ୍ରତ୍ୟେକ ଦିନ କିଛି ନିର୍ଦ୍ଦିଷ୍ଟ ଦେବୀ ଦେବତାଙ୍କୁ ହିନ୍ଦୁ ଧର୍ମରେ ସମର୍ପିତ କରାଯାଇଥାଏ । ଏହି ଦିନ ସମର୍ପିତ ହୋଇଥିବା ଭଗବାନଙ୍କୁ ସ୍ୱତନ୍ତ୍ର ରୀତିନୀତିରେ ପୂଜା କରାଯାଇଥାଏ। ଏହି କ୍ରମରେ ସପ୍ତାହ ମଧ୍ୟରୁ ବୁଧବାର ଦିନକୁ ବିଘ୍ନହର୍ତ୍ତା ଶ୍ରୀ ଗଣେଶ ଏବଂ ଦେବୀ ଦୁର୍ଗାଙ୍କୁ ସମର୍ପିତ କରାଯାଇଛି । ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଜୀବନରେ ସୁଖ, ସମୃଦ୍ଧି, କାର୍ୟ୍ୟରେ ସଫଳତା ଓ ସଙ୍କଟରୁ ମୁକ୍ତି ମିଳିବା ସହ ବିଘ୍ନହର୍ତ୍ତାଙ୍କ ବିଶେଷ କୃପାଲାଭ ହୋଇଥାଏ । ବୁଧବାର, ଗ୍ରହର ରାଜକୁମାର ବୁଦ୍ଧ ଦେବଙ୍କ ସହ ମଧ୍ୟ ଜଡ଼ିତ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାଶିରେ ବୁଦ୍ଧର ସ୍ଥିତି ଦୁର୍ବଳ ଥିଲେ ଶୁଭ କାର୍ୟ୍ୟରେ ବାଧା ଉତ୍ପନ୍ନ ହୋଇଥାଏ । କଥା କହିବାରେ ସମସ୍ୟା, ସ୍ମୃତି ଶକ୍ତି ଦୁର୍ବଳ, ବୁଦ୍ଧିହୀନତା ପବୃତ୍ତି ଲକ୍ଷଣ ଦେଖା ଦେଇଥାଏ । ଯେଉଁ ବ୍ୟକ୍ତିଙ୍କ ରାଶିରେ ବୁଧ ଶକ୍ତିଶାଳୀ ଥାଏ ସେମାନେ ବୁଦ୍ଧିମାନ, ବାକ୍ଚାତୁର୍ୟ୍ୟରେ ପରିପୂର୍ଣ୍ଣ, ସଫଳ ବ୍ୟବସାୟୀ ହୋଇଥାନ୍ତି । ତେବେ ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ଉପାୟର ବର୍ଣ୍ଣନା ରହିଛି ଯଦ୍ୱାରା ଚାକିରି ଏବଂ ବ୍ୟାପାରରେ ସଫଳତା ମିଳିବା ସହ ରାଶିରେ ବୁଧ ଗ୍ରହ ମଜବୁତ ହୋଇଥାଏ ଏବଂ ଜୀବନରେ ସମସ୍ତ ବାଧାବିଘ୍ନରୁ ମୁକ୍ତି ମିଳିଥାଏ ।

ରାଶିରେ ବୁଧଗ୍ରହର ସ୍ଥିତିକୁ ଦୃଢ଼ କରିବା ପାଇଁ କ’ଣ କରିବା ଦରକାର?

– ଶ୍ରୀ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ବୁଧବାର ୨୧ ଯୋଡ଼ି ଦୁବ ଘାସ ଅର୍ପଣ କରନ୍ତୁ । ପ୍ରତି ଦୁବ ଘାସ ଅର୍ପଣ କରିବା ପରେ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ । ଏହା ଦ୍ୱାରା ଚାକିରି ଏବଂ ବ୍ୟବସାୟ ରାସ୍ତାରେ ଆସୁଥିବା ବାଧାବିଘ୍ନ ଦୂର ହେବା ସହ ପ୍ରଗତିର ମାର୍ଗ ଖୋଲିଥାଏ ।
– ବୁଧବାର, ଶିକ୍ଷାର୍ଥୀମାନେ ଶ୍ରୀ ଗଣେଶଙ୍କୁ ସିନ୍ଦୁର ଅର୍ପଣ କରିବା ଦ୍ୱାରା ସେମାନଙ୍କ ବୈଦ୍ଧିକ ବିକାଶରେ ସହାୟକ ହୋଇଥାଏ । ପଢ଼ାରେ ରୁଚି ଆସିବା, ଏକାଗ୍ରତା ବୃଦ୍ଧି ହେବା ସାଙ୍ଗକୁ ଚିଡ଼ଚିଡ଼ାପଣ ରୁହେନି । ଶ୍ରୀ ଗଣେଶଙ୍କୁ ସିନ୍ଦୁର ଅର୍ପଣ କରିବା ଦ୍ୱାରା ପାପି ଗ୍ରହମାନଙ୍କ କୁପ୍ରଭାବରୁ ମୁକ୍ତି ମିଳିଥାଏ ।
– ବୁଧବାର ଦିନ ସବୁଜ ମୁଗ ଡ଼ାଲି ଦାନ କରନ୍ତୁ । ଭୋଜନରେ ସବୁଜ ମୁଗଡ଼ାଲି ସେବନ କରିବା ଦ୍ୱାରା ରାଶିରେ ବୁଦ୍ଧ ଗ୍ରହ ମଜବୁତ ହୋଇଥାଏ । ଶିବଲିଙ୍ଗ ଉପରେ ସବୁଜ ମୁଗ ଅପର୍ଣ କଲେ ଚାକିରି ଏବଂ ବ୍ୟାପାରରେ ଦେଖା ଦେଉଥିବା ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ ।
– ଜୀବନରେ ଆର୍ଥିକ ସମସ୍ୟା ଦେଖା ଦେଉଥିଲେ ବୁଧବାର, ଋଣ ହର୍ତ୍ତା ଶ୍ରୀ ଗଣେଶଙ୍କ ସ୍ତୁତି ପାଠ କରିବା ସହ ଆରତି କରନ୍ତୁ । ଏହା ଦ୍ୱାରା ଅର୍ଥିକ ସ୍ଥିତିରେ ସୁଧାର ଆସିଥାଏ ଏବଂ ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ ।
– ଭାଗ୍ୟ ସାଥ୍ ଦେଉନଥିଲେ ବୁଧବାର, ଗୋରୁକୁ ସବୁଜ ଘାସ ବା ପାଳଙ୍ଗ ଖାଇବାକୁ ଦିଅନ୍ତୁ । ଏପରି କଲେ ସମସ୍ତ ଦେବୀ ଦେବତାଙ୍କ ଆଶୀର୍ବାଦ ମିଳିବା ସହ ରାଶିରୁ ଗ୍ରହ ଦୋଷ ଦୂର ହୋଇଥାଏ । ଅତିକମ୍ରେ ଏହି ଉପାୟ ୧୧ ରୁ ୧୫ ବୁଧବାର ପର୍ୟ୍ୟନ୍ତ କରିବା ଉଚିତ ।
– ବୁଧବାର, ଶ୍ରୀ ଗଣେଶଙ୍କର ରୀତିନୀତି ଅନୁଯାୟୀ ପୁଜାର୍ଚ୍ଚନା କରିବା ସହ ଶାମି ପତ୍ର ଏବଂ ଦୁବ ଘାସ ଅପର୍ଣ କରନ୍ତୁ । ବିଘ୍ନହର୍ତ୍ତାଙ୍କୁ ଶୀଘ୍ର ପ୍ରସନ୍ନ କରିବା ଏବଂ ବ୍ୟକ୍ତିର ସମସ୍ତ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ୨୧ଟି ଦୁବ ଘାସର ଗୋଟିଏ ଗଣ୍ଠି ତିଆରି କରାଯାଏ । ଏହିପରି ୨୧ଟି ଗଣ୍ଠି ତିଆରି କରି ଶ୍ରୀ ଗଣେଶଙ୍କ ମସ୍ତକରେ ଅର୍ପଣ କରାଯାଏ ।
– ବୁଧବାର, ବୁଦ୍ଧ ଗ୍ରହଙ୍କ ବୀଜ ମନ୍ତ୍ର ଜପ କରନ୍ତୁ । ଏହା ବ୍ୟବସାୟ ଏବଂ ଚାକିରି ମିଳିବାର ସମ୍ଭାବନା ବୃଦ୍ଧି କରିବା ସହ ପ୍ରଗତିର ମାର୍ଗ ଖୋଲିଥାଏ ।

Get real time updates directly on you device, subscribe now.