fbpx

ମସ୍ତିଷ୍କରେ ବି ରହିଛି ଡିଲିଟ୍ ବଟନ, ଦୁଃଖଦ ସ୍ମୃତିକୁ ଏପରି କରନ୍ତୁ ଡିଲିଟ୍‌

ନୂଆଦିଲ୍ଲୀ: ଆମର ପୁରା ଜୀବନ ମସ୍ତିଷ୍କ ଦ୍ୱାରା ହିଁ ପରିଚାଳିତ ହୋଇଥାଏ । ଯଦି ମସ୍ତିଷ୍କରେ କିଛି ସମସ୍ୟା ଦେଖାଦିଏ ତେବେ ପୁରା ଜୀବନ ସମସ୍ୟାରେ ଘେରିଯାଏ । ଜୀବନର ସବୁ ଛୋଟ ବଡ ଘଟଣା ଆମ ମସ୍ତିଷ୍କ ମାଧ୍ୟମରେ ହିଁ ସଂରକ୍ଷିତ ହୋଇ ରହିଯାଏ । କିନ୍ତୁ ବେଳେ ବେଳେ ଜୀବନରେ ଏପରି କିଛି ଘଟଣା ଘଟିଯାଏ ଯାହା ଆମକୁ ବହୁତ କଷ୍ଟ ଦେଇଥାଏ । ଏହିସବୁ ଘଟଣାର ଛାପ ସାରା ଜୀବନ ଆମ ମସ୍ତିଷ୍କରେ ରହିଯିବା ଦ୍ୱାରା ଆମେ ତାହାକୁ ନେଇ ବହୁତ କଷ୍ଟ ପାଇଥାଉ । ଯାହା ଆମେ ହରାଇ ଦେଇଛୁ କିମ୍ବା ଯାହା ଆମକୁ ବହୁତ କଷ୍ଟ ଦେଉଛି ସେପରି ସ୍ମୃତି ଆମ ମନ ମଧ୍ୟରୁ ଲିଭିଯିବା ଭଲ ।

ନ୍ୟୁରୋସାଇଣ୍ଟିଷ୍ଟଙ୍କ ମତରେ ଆପଣଙ୍କ ମସ୍ତିଷ୍କରେ ଡିଲିଟ୍ ବଟନ ରହିଛି । ଯାହା ଆପଣଙ୍କ ଦୁଃଖଦ ସ୍ମୃତିକୁ ସହଜରେ ଡିଲିଟ୍ କରିଦେଇପାରିବ । ବୈଜ୍ଞାନିକ ଭାଷାରେ ଏହାକୁ ସିନାପଟିକ୍ ପ୍ରୁନିଙ୍ଗ କୁହାଯାଏ । ସେହିପରି ମସ୍ତିଷ୍କରେ ଏହି ଡିଲିଟ୍ କରୁଥିବା କୋଷିକାକୁ ମାଇକ୍ରୋଗ୍ଲିଅଲ୍ କୋଷିକା କୁହାଯାଏ । ଅର୍ଥାତ୍ ଏହି ମାଇକ୍ରୋଗ୍ଲିଅଲ୍ କୋଷିକା ଆପଣଙ୍କ ମସ୍ତିଷ୍କର ଡିଲିଟ୍ ବଟନ ଅଟେ ଯାହା ଆପଣଙ୍କ ଖରାପ ସ୍ମୃତିକୁ ଡିଲିଟ୍ କରିଦେବ । ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କରେ କିଛି ନୂଆ ଶିଖିବା ଲାଗି ଯାଗା ସୃଷ୍ଟି ହେବ ଓ ଆପଣ ଅଧିକ ଶିଖିପାରିବେ । ତେବେ ଏଥିପାଇଁ ଆପଣଙ୍କୁ କିଛି କରିବାର ଆବଶ୍ୟକତା ରହିଛି ।

ଆପଣ ଯଦି କିଛି ନୂଆ ଶିଖୁଛନ୍ତି ତେବେ ଆପଣଙ୍କୁ କିଛି ସମୟ ପରେ ଅନୁଭବ ହେବ କି ଆପଣଙ୍କ ମସ୍ତିଷ୍କ ଏବେ ଭରିଯାଇଛି । ଏହାଠାରୁ ଅଧିକ ଆପଣଙ୍କ ମସ୍ତିଷ୍କ କାମ କରିବ ନାହିଁ । ଏହି ସମୟରେ ଆପଣଙ୍କ ମସ୍ତିଷ୍କର ମାଇକ୍ରୋଗ୍ଲିଅଲ୍ କୋଷିକା କାଟଛାଣ୍ଟ ଆରମ୍ଭ କରିଦେଇଥାଏ । ଯେତେବେଳେ ଆପଣ ଶୋଇଥାନ୍ତି ସେତେବେଳେ ଆପଣଙ୍କ ମସ୍ତିଷ୍କ ଏହି ଡିଲିଟ୍ କାମ କରିଥାଏ । ତେଣୁ ଏହି କାମ ଲାଗି ଆପଣଙ୍କୁ ଭଲ ନିଦର ଆବଶ୍ୟକତା ରହିଛି । ଯେତେବେଳେ ଆପଣ ଶୋଇଯାଆନ୍ତି ସେତେବେଳେ ଆପଣଙ୍କ ମସ୍ତିଷ୍କର କୋଷଗୁଡିକ ୬୦% ସଂକୁଚିତ ହୋଇଯାଏ । ଏହି ସମୟରେ ମାଇକ୍ରୋଗ୍ଲିଅଲ୍ କୋଷିକା ତା’ର କାମ କରିଥାଏ । ଏକ ଭଲ ନିଦରୁ ଉଠିବା ପରେ ସମସ୍ତେ ବେଶ୍ ଫ୍ରେଶ୍ ଅନୁଭବ କରିଥାନ୍ତି ଓ ସଠିକ୍ ଚିନ୍ତା କରିବାକୁ ବି ସକ୍ଷମ ହୋଇଥାନ୍ତି । ତେଣୁ ଏହି ଡିଲିଟ୍ ପ୍ରକ୍ରିୟା ଲାଗି ଏକ ଭଲ ନିଦର ଆବଶ୍ୟକତା ରହିଛି ।

ଏହା ସହିତ ଆପଣଙ୍କୁ ଆଉ ଏକ କାମ ମଧ୍ୟ କରିବାକୁ ହେବ । ଯେତେବେଳେ କୌଣସି ଖରାପ ସ୍ମୃତି ମନ ମଧ୍ୟକୁ ଆସୁଛି ସେତେବେଳେ ଆପଣ ତା’ ବିଷୟରେ ନ ଭାବି ଆପଣଙ୍କ ମସ୍ତିଷ୍କକୁ କିଛି ନୂଆ ଶିଖିବାରେ ନିୟୋଜିତ କରନ୍ତୁ । ଏଥିପାଇଁ ଆପଣ କିଛି ଭଲ ବହି ପଢିପାରିବେ କିମ୍ବା ଏପରି କିଛି କାମ କରନ୍ତୁ ଯାହା ଆପଣଙ୍କୁ ଖୁସୀ ଦେବ ।

Get real time updates directly on you device, subscribe now.