fbpx

ଦିଲ୍ଲୀ: ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରାଜକୁମାର ଆନନ୍ଦ, AAP ବି ଛାଡ଼ିଲେ

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖଠାରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଏଥିସହିତ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ଜୁନ ମାସ ୪ ତାରିଖରେ ନିର୍ବାଚନର ଫଳାଫଳ ଘୋଷଣା ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ତେବେ ବର୍ତ୍ତମାନ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ) ଆବାହକ ଅରବିନ୍ଦ କେଜ୍ରିୱାଲ ମଦ ନୀତି ମାମଲାରେ ଜେଲରେ ରହିଥିବା ବେଳେ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ଦିଲ୍ଲୀ ସରକାରର ମନ୍ତ୍ରୀ ପଦରୁ ରାଜକୁମାର ଆନନ୍ଦ ଇସ୍ତଫା ଦେଇଛନ୍ତି । କେଜ୍ରିୱାଲ ସରକାରରେ ଆନନ୍ଦ ସମାଜ କଲ୍ୟାଣ ମନ୍ତ୍ରୀ ପଦରେ ରହିଥିଲେ । ନିକଟରେ ଆନନ୍ଦଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରେଡ୍ କରାଯାଇଥିଲା । ତେବେ ଆଜି ସେ ଉଭୟ ଦଳ ଓ ମନ୍ତ୍ରୀ ପଦ ଛାଡ଼ିଛନ୍ତି । ୨୦୨୦ରେ ଆନନ୍ଦ ଆପ ଟିକେଟରେ ପଟେଲ ନଗରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Get real time updates directly on you device, subscribe now.