fbpx

ବଡ଼ ଘୋଷଣା; ନିର୍ବାଚନ ପାଇଁ ରାଜି ହେଲେ ପୱନ ସିଂହ: ଏବେ ଏହି ଲୋକସଭା ଆସନ ପାଇଁ କରିବେ ଲଢେଇ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପୁଣି ଏକ ବଡ଼ ଘୋଷଣା କରିଛନ୍ତି ଭୋଜପୁରୀ ଷ୍ଟାର ପୱନ ସିଂହ । ନିର୍ବାଚପ ଲଢିବା ପାଇଁ ପ୍ରଥମେ ମନା କରୁଥିବା ବେଳେ ବର୍ତ୍ତମାନ ରାଜନୀତି ମଇଦାନକୁ ମନ ବଳାଇଛନ୍ତି ପୱନ । ଆସନ୍ତା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟି ତରଫରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ବୋଲି ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି । ପୂର୍ବରୁ ବିଜେପି ତାଙ୍କୁ ସାଂସଦ ପ୍ରାର୍ଥୀ ଭାବରେ ଟିକେଟ ଦେଇଥିଲେ ମଧ୍ୟ ସେ ଏଥିରୁ ଓହରି ଯାଇଥିଲେ । ଏହାପରେ ବର୍ତ୍ତମାନ ପୁଣିଥରେ ନୂଆ ଆସନ ପାଇଁ ସେ ନିର୍ବାଚନୀ ମଇଦାନକୁ ହଁ କରିଛନ୍ତି ।

ଆସନ୍ତା ନିର୍ବାଚନ ପାଇଁ କୋଲକାତାର ଆସନସୋଲ ଲୋକସଭା ଆସନରୁ ପୱନ ସିଂହଙ୍କୁ ଟିକେଟ ଦେଇଥିଲା ଭାରତୀୟ ଜନତା ପାର୍ଟି । ତେବେ ବିଜେପିର ଏହି ଘୋଷଣା ପରେ ସେ ନିର୍ବାଚନ ଲଢିବାକୁ ମନା କରିଦେଇଥିଲେ । ଏହାପରେ କୋଲକାତାର ଆସନସୋଲରୁ ଦୂରେଇ ଯାଇ ଏବେ ବିହାରର କାରାକାଟରେ ନିର୍ବାଚନ ଲଢିବେ ବୋଲି ସେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୱନ ଲେଖିଛନ୍ତି ଯେ, ମା ଗୁରୁତରା ଭୂମେର ଅର୍ଥତ୍ ମାତା ଏହି ମାଟି ଅପେକ୍ଷା ଖୁବ ଭାରୀ ଏବଂ ମୁଁ ନିର୍ବାଚନ ଲଢିବା ପାଇଁ ମୋ ମୋ’ଙ୍କୁ କଥା ଦେଇଛି । ତେଣୁ ଆସନ୍ତା ଲୋକସଭା ନିର୍ବାଚନ ୨୦୨୪ରେ ବିହାରର କାରାକାଟୁରୁ ମୁଁ ନିର୍ବାଚନ ଲଢିବି ବୋଲି କହିଛନ୍ତି ପୱନ ସିଂହ ।

ଲୋକସଭା ଆସନ ସିଟ୍ ଘୋଷଣା ପୂର୍ବରୁ ଭୋଜପୁରୀ ଅଭିନେତା ପୱନ ସିଂହଙ୍କୁ ବିଜେପି ତରଫରୁ ପୱନ ସିଂହଙ୍କୁ ଟିକେଟ ଦିଆ ଯାଇଥିଲା । କିନ୍ତୁ ପର ଦିନ ପୱନ କୋଲକାତା ଆସନରୁ ନିର୍ବାଚନ ଲଢିବା ପାଇଁ ମନା କରିଥିଲେ । ତେବେ ବର୍ତ୍ତମାନ ପୁଣିଥରେ ନିଜ ନିଷ୍ପତ୍ତି ପରିବର୍ତ୍ତନ କରି ପୱନ ନିର୍ବାଚନ ଲଢିବାକୁ ଗୋଷଣା କରିଛନ୍ତି । କିନ୍ତୁ କୋଲକାତାର ଆସନସୋଲ ପରିବର୍ତ୍ତେ ବିହାରର କାରାକୋଟରୁ ପୱନ ସିଂହ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.