fbpx

୧୦ ଗ୍ରାମ ପ୍ରତି ୪୫୦୦ଟଙ୍କା ବଢିଗଲା ସୁନା ଦର, ବିଶେଷଜ୍ଞ କହିଲେ କେବେ ଛୁଇଁବ ୧ ଲକ୍ଷ

ନୂଆଦିଲ୍ଲୀ: ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ସୁନା ଦର ଦ୍ରୁତ ଗତିରେ ବଢିବାରେ ଲାଗିଛି । ସୁନା ଦର ବୁଲିଅନ୍ ବଜାରରେ ସୁନା ଦର ଦ୍ରୁତ ଗତିରେ ବଢିବାରେ ଲାଗିଛି । ମାତ୍ର ୭ ଦିନ ଭିତରେ ସୁନା ୪୫୮୦ ଟଙ୍କା ମହଙ୍ଗା ହୋଇଛି । ଅନ୍ୟପକ୍ଷରେ ରୂପାର ଦାମ୍ ୭୯୭୩ ଟଙ୍କା ବୃଦ୍ଧି ପାଇଛି ।

ମଙ୍ଗଳବାର ସାରା ଦେଶରେ ସୁନାର ୧୦ ଗ୍ରାମ ପ୍ରତି ହାରାହାରି ମୂଲ୍ୟ ଅଲ୍ ଟାଇମ୍ ହାଇ ୭୧୮୩୨ରେ ପହଞ୍ଚିଥିଲା ଓ ରୂପା କିଲୋଗ୍ରାମ ପିଛା ଦର ୮୨୧୦୦ରେ ପହଞ୍ଚିଥିଲା । ଆଜି ଅର୍ଥାତ୍ ବୁଧବାର ବି ସୁନା ଓ ରୂପା ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ମୂଲ୍ୟ ୭୨୧୧୦ରେ ପହଞ୍ଚିଥିବା ବେଳେ ୧କିଲୋ ରୂପାର ମୂଲ୍ୟ ୮୨୪୬୮ରେ ପହଞ୍ଚିଛି । ଆଜି ସୁନା ଓ ରୂପା ଉଭୟ ଅଲ୍ ଟାଇମ୍ ହାଇ ରେଟ୍‌ରେ କାରବାର ହୋଇଛି ।

ଗତ ୩ ଦିନ ମଧ୍ୟରେ ସୁନା ଦର ଜବରଦସ୍ତ ବୃଦ୍ଧି ପାଇବା ଦ୍ୱାରା ବିବାହ ଋତୁ ଆରମ୍ଭ ହେବା ପୂର୍ବରୁ ସୁନା ମହଙ୍ଗା ହୋଇ ସାରିଛି । ମାତ୍ର ୭ ଦିନ ମଧ୍ୟରେ ସୁନା ଦାମ୍ ୧୦ ଗ୍ରାମ ପ୍ରତି ୪୫୮୦ଟଙ୍କା ବଢିଛି । ବିଦେଶୀ ବଜାରରେ ସୁନା ଅଧିକ ମଜଭୁତ ହେଉଥିବାରୁ ଭାରତ ବଜାର ଉପରେ ଏହାର ପ୍ରଭାବ ପଡୁଛି ବୋଲି ବିଶେଷଜ୍ଞ କହିଛନ୍ତି । ତେବେ ମୁଥୁଟ୍ ଫାଇନାନ୍ସ ପକ୍ଷରୁ କୁହାଯାଇଛି ସୁନା ଦର ବୃଦ୍ଧି ଆଗକୁ ବି ଜାରି ରହିବ ଓ ୨୦୨୯ ପର୍ଯ୍ୟନ୍ତ ସୁନା ମୂଲ୍ୟ ଏକ ଲକ୍ଷ ଟଙ୍କା ଟପି ୧୦ ଗ୍ରାମ ପ୍ରତି ମୂଲ୍ୟ ୧,୦୧,୭୮୬ ଟଙ୍କାରେ ପହଞ୍ଚିଯିବ ।

Get real time updates directly on you device, subscribe now.