ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ହ୍ୟାଣ୍ଡସେକ୍ କଲେ ଆସିପାରେ ଯୌନ ନିର୍ଯ୍ୟାତନା ଅଭିଯୋଗ

ହାତ ମିଳାଉଥିଲେ ହୋଇଯାଆନ୍ତୁ ସାବଧାନ। ଏଥିପାଇଁ ଭୋଗିବାକୁ ପଡ଼ିପାରେ ଜେଲ୍ ଦଣ୍ଡ। ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ହ୍ୟାଣ୍ଡସେକ୍ କରିବା ଯୌନ ନିର୍ଯ୍ୟାତନା ସହ ସମାନ।

ତାମିଲନାଡୁ: ହ୍ୟାଣ୍ଡସେକ୍ କରୁଥିଲେ ହୋଇଯାଆନ୍ତୁ ସାବଧାନ। ଆସିପାରେ ଆପଣଙ୍କ ଉପରେ ଯୌନ ନିର୍ଯ୍ୟାତନାର ଅଭିଯୋଗ। ଏପରି ଏକ ରାୟ ଶୁଣାଇଛନ୍ତି ହାଇକୋର୍ଟ। ମହିଳା କର୍ମଚାରୀଙ୍କୁ କରମର୍ଦ୍ଧନ କରିବାକୁ କହିବା। ଯୌନ ନିର୍ଯ୍ୟାତନା ସହ ସମାନ।

ତେଣୁ କାର୍ଯ୍ୟସ୍ଥଳରେ ମହିଳା କର୍ମଚାରୀଙ୍କୁ ହାତ ମିଳାଇବାକୁ କହିବା ପୂର୍ବରୁ ହୋଇଯାଆନ୍ତୁ ସାବଧାନ। ନହେଲେ କେତେବେଳେ ଆପଣଙ୍କ ଉପରେ ବି ଆସିଯାଇପାରେ ଯୌନ ନିର୍ଯ୍ୟାତନାର ଅଭିଯୋଗ। ଏକ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ଚେନ୍ନାଇ ହାଇକୋର୍ଟ।

ଅଫିସରେ ହ୍ୟାଣ୍ଡସେକ୍ ମନା: ଯଦି ଦେଖିବା ହ୍ୟାଣ୍ଡସେକ୍ କରିବା ଏକ ସାଧାରଣ କଥା। ଛୋଟ ଛୁଆଙ୍କଠୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ନିଜ ବନ୍ଧୁ କିମ୍ୱା ପରିଜନଙ୍କ ସହ ଦେଖାହେଲେ ସାଧାରଣତଃ ହ୍ୟାଣ୍ଡସେକ୍ କରିଥାନ୍ତି।

ହେଲେ ଏବେ ସେହି ହ୍ୟାଣ୍ଡସେକ୍ କିଛି ଲୋକଙ୍କୁ ଅସୁବିଧାରେ ପକାଇପାରେ। କାରଣ ଏହି କରମର୍ଦ୍ଧନକୁ ନେଇ ହାଇକୋର୍ଟଙ୍କ ରାୟ ଆସିଛି। କୌଣସି ବ୍ୟକ୍ତି ଅଫିସ ପରିଷର ଭିତରେ କୌଣସି ମହିଳାଙ୍କୁ ହାତ ମିଳାଇବାକୁ କହିପାରିବେ ନାହିଁ।

ମହିଳା କର୍ମଚାରୀଙ୍କୁ କରମର୍ଦ୍ଦନ ପାଇଁ ବାଧ୍ୟ କରିବା ଏବଂ ଯେକୌଣସି ଅପ୍ରିୟ ବ୍ୟବହାର ଯୌନ ନିର୍ୟ୍ୟାତନା ବୋଲି ମାଡ୍ରାସ୍‌ ହାଇକୋର୍ଟ କହିଛନ୍ତି ।

କ’ଣ ରହିଛି ଆଇନ: ପୋସ୍‌ ଆଇନ ଅନୁଯାୟୀ, ଉତ୍ପୀଡ଼ନର ଶିକାର ହୋଇଥିବା ମହିଳାଙ୍କ ଅନୁଭୂତିକୁ ପୁରୁଷଙ୍କ ଉଦ୍ଦେଶ୍ୟ ଅପେକ୍ଷା ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ। ଯଦି ମହିଳା ଜଣକ କୌଣସି ଆଚରଣକୁ ଭଲ ଭାବରେ ଗ୍ରହଣ କରୁନାହାନ୍ତି ତେବେ ଏହା ଯୌନ ନିର୍ୟ୍ୟାତନାର ସଂଜ୍ଞା ମଧ୍ୟରେ ଯିବ ବୋଲି କହିଛନ୍ତି ଜଷ୍ଟିସ୍‌ ଆର୍‌. ଏନ୍‌. ମଞ୍ଜୁଲା।