fbpx
BJD SKY
BJD SKY

୨ ଭାଗ ହୋଇଯିବ ପାକିସ୍ତାନ, ୧୯୭୧ ସମୟର ଘଟଣାର ପୁନରାବୃତ୍ତି ହେବ ବୋଲି କହିଲେ ଇମରାନ୍ ଖାନ୍‌

BJD

ଇସଲାମବାଦ:ପାକିସ୍ତାନ ଲାଗି ଏବେ ସମସ୍ୟା ପରେ ସମସ୍ୟା ବଢିଚାଲିଛି । ଏପରି ସ୍ଥିତି ହୋଇଛି ଯେଉଁଥିରୁ ମନେ ହେଉଛି ୧୯୭୧ରେ ପାକିସ୍ତାନରେ ଯାହା ଘଟିଥିଲା ତାହାର ପୁନରାବୃତ୍ତି ହେବ । ଏହି ସମୟରେ ଭାରତ ପାକିସ୍ତାନକୁ ୨ ଭାଗ କରି ଦେଇଥିଲା । ପୁଣି ସେହିପରି କିଛି ଦେଶର ଅବସ୍ଥା ହେବାକୁ ଯାଉଛି । ଏହି ଆଶଙ୍କା ପ୍ରକାଶ କରିଛନ୍ତି ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ । ସେ ଦେଶର ବର୍ତ୍ତମାନର ରାଜନୈତିକ ଘଟଣାକ୍ରମ ଓ ୧୯୭୧ ସମୟରେ ଢାକା ଟ୍ରାଜେଡି ପରିସ୍ଥିତି ସହ ତୁଳନା କରିଛନ୍ତି ଓ ସତର୍କ କରିଛନ୍ତି କି ଆର୍ଥିକ ସଂକଟ ସହ ଲଢୁଥିବା ଦେଶରେ ଆଗାମୀ ଦିନରେ ଅର୍ଥବ୍ୟବସ୍ଥା ପୁରା ଠପ୍ ପଡିଯାଇପାରେ ।

ଏଠିକାର ସମାଚାରପତ୍ର ଡନ୍ ଏହାର ଏକ ଖବରରେ ପ୍ରକାଶ କରିଛି କି ପାକିସ୍ତାନ ତେହେରିକ୍ –ଏ-ଇନସାଫ(ପିଟିଆଇ) ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଇମରାନ୍ ଖାନ୍ ରାୱଲପିଣ୍ଡି ଆଦିୟାଲା ଜେଲ୍‌ରୁ ଏକ ବାର୍ତ୍ତାରେ ବର୍ତ୍ତମାନର ସରକାରଙ୍କୁ ଚେତାଇ ଦେଇଛନ୍ତି କି, ଦେଶ ଓ ସଂସ୍ଥା ଏକ ସ୍ଥିର ଅର୍ଥବ୍ୟବସ୍ଥା ବିନା ତିଷ୍ଠି ରହିପାରିବ ନାହିଁ । ଦଳର ଆଇନ ଟିମ୍ ବୁଧବାର ଜେଲ୍‌ରେ ୭୧ ବର୍ଷୀୟ ନେତାଙ୍କୁ ଭେଟିଥିଲେ । ଟିମ୍ ପକ୍ଷରୁ କୁହାଯାଇଛି ଖାନ୍ ନିଜର ନିଷ୍ପତ୍ତିରେ ଦୃଢ ଥିବା ବେଳେ ଦେଶ ଓ ଜନତାଙ୍କ ପ୍ରତି ଚିନ୍ତା ପ୍ରକଟ କରିଛନ୍ତି ।

ଇମରାନ୍ ଖାନ୍ କହିଛନ୍ତି , ଯେତେବେଳେ ଆପଣ ଜନତାଙ୍କୁ ସେମାନଙ୍କ ଅଧିକାର ନ ଦେବେ ସେତେବେଳ ଯାଏ ଆପଣ କହିପାରିବେ ନାହିଁ କି ଅର୍ଥବ୍ୟବସ୍ଥା ଆଗକୁ ବଢିବ । ସେ ତତ୍କାଳୀନ ପୂର୍ବ ପାକିସ୍ତାନର ରାଜନୈତିକ ଘଟଣାକ୍ରମର ଉଦାହରଣ ଦେଇ ଏହା କହିଛନ୍ତି । ସେ କହିଛନ୍ତି ୧୯୭୦ରେ ଲଣ୍ଡନ ପ୍ଲାନ ଥିଲା ଓ ଆଜି ବି ଲଣ୍ଡନ ପ୍ଲାନ ଜରିଆରେ ଏକ ସରକାର ଗଢାଯାଇଛି । ଖାନ୍ ଓ ତାଙ୍କ ପାର୍ଟି ପିଟିଆଇ ଲଗାତର କହି ଆସୁଛି କି ଫେବୃୟାରୀ ୮ରେ ସାଧାରଣ ନିର୍ବାଚନ ଫଳାଫଳରେ ତ୍ରୁଟି ହୋଇଛି ଓ ପାକିସ୍ତାନ ସେନା କ୍ଷମତା ହାତକୁ ନେବା ପାଇଁ ପାକିସ୍ତାନ ମୁସଲିମ୍ ଲିଗ୍‌-ନୱାଜ ସହ ହାତ ମିଳାଇଛି ।

Get real time updates directly on you device, subscribe now.