fbpx

ଆପଣ ନକଲି ପ୍ୟାନ କାର୍ଡ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ, କେମିତି ଚିହ୍ନିବେ ଏହା ଅସଲି କିମ୍ବା ନକଲି

ନୂଆଦିଲ୍ଲୀ: ଲୋକମାନଙ୍କୁ ତାଙ୍କ ବ୍ୟବହାର ନିମନ୍ତେ କିଛି ଗୁରୁତ୍ୱପୂର୍ଣ୍ଣ ସରକାରୀ ଦଲିଲ ଦିଆଯାଇଥାଏ। ଏହି ଡକ୍ୟୁମେଣ୍ଟ୍ ମାଧ୍ୟମରେ ପରିଚୟ ଓ ବିଭିନ୍ନ କାର୍ଯ୍ୟ ସହଜ ହେଇଥାଏ। ଏହି ଡକ୍ୟୁମେଣ୍ଟଗୁଡିକରେ ପାନ୍ କାର୍ଡ ମଧ୍ୟ ଅନ୍ତର୍ଭୁକ୍ତ। ଟଙ୍କା ନେଣଦେଣ ପାଇଁ ପାନ୍ କାର୍ଡର ଆବଶ୍ୟକତା ନିହାତି ପଡିଥାଏ । ଏଥିଲାଗି ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପାନ୍ କାର୍ଡରେ ଏକ ବିଶେଷ ନମ୍ବର ଦିଆଯାଏ, ଯାହା ସାହାଯ୍ୟରେ ଲୋକମାନେ ବଡ ଆର୍ଥିକ ନେଣଦେଣ କରିପାରିଥାନ୍ତି। ସେହିପରି ଲୋକଙ୍କ ଟିକସ ଦାୟିତ୍ୱ ନିର୍ଣ୍ଣୟ କରିବାକୁ ସରକାର ପାନ୍ ବିବରଣୀ ମାଧ୍ୟମରେ ପ୍ରାପ୍ତ ସୂଚନା ଉପରେ ନିର୍ଭର କରନ୍ତି।

ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଆଜିର ସମୟରେ ପ୍ରତ୍ୟେକ କାର୍ୟ୍ୟ ପାଇଁ ପାନ କାର୍ଡ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। କେବଳ ବ୍ୟାଙ୍କ କିମ୍ବା ଆୟକର ରିଟର୍ଣ୍ଣ ସହିତ ଜଡିତ ନୁହେଁ ଅନ୍ୟ କାରବାରରେ ପାନ୍ ଅତ୍ୟନ୍ତ ଆବଶ୍ୟକ କିନ୍ତୁ ପାନ୍ କାର୍ଡ ଆବେଦନ କଲା ବେଳେ କିଛି ଦଲାଲ ଟଙ୍କା ହଡ଼ପ କରି ଆପଣଙ୍କୁ ନକଲି ପାନ୍ କାର୍ଡ ଦେଇଥାନ୍ତି। ତେବେ ଏଭଳି ପରିସ୍ଥିତିରେ ଆପଣ ପାଇଥିବା ପାନ୍ କାର୍ଡଟି ଅସଲି କିମ୍ବା ନକଲି ତାହା ଜାଣିବା ଅତ୍ୟନ୍ତ ଜରୁରୀ। ସେହିପରି ଆଜିକାଲି ବିଭିନ୍ନ ଠକେଇ ବୃଦ୍ଧି ପାଉଥିବା ବେଳେ ପାନ୍ କାର୍ଡ ଅସଲି ନା ନକଲି ତାହା ଉପରେ ଆପଣଙ୍କର ଜ୍ଞାନ ରହିବା ଉଚିତ୍। ପାନ୍ କାର୍ଡ ଅସଲି ନା ନକଲି ତାହା ଜାଣିବାକୁ ହେଲେ କିଛି ସରଳ ପଦକ୍ଷେପ ଗ୍ରହଣ କରିବାକୁ ପଡିଥାଏ, ଯାହାଦ୍ୱାରା ଆପଣ ଉଚିତ ତଥ୍ୟ ପାଇପାରିବେ।

ପାନ୍ କାର୍ଡ ଅସଲି ନା ନକଲି ତାହା ଜାଣିବେ କିପରି?

  • ଆପଣଙ୍କ ଫୋନ୍ କିମ୍ବା ଲାପଟପରେ ଇ-ଫିଲିଙ୍ଗ୍ ପୋର୍ଟାଲ୍ http://www.incometax.gov.in/iec/foportal ଖୋଲନ୍ତୁ। ଏଥିରେ, ଆପଣଙ୍କର ପାନ୍ ଯାଞ୍ଚ କରିବାର ବିକଳ୍ପ ଦୃଶ୍ୟମାନ ହେବ, ଏହାକୁ ବାଛନ୍ତୁ।
  • ଏହାପରେ ଏକ ନୂଆ ପେଜ୍ ଖୋଲିବ, ଯେଉଁଥିରେ ଆପଣଙ୍କୁ କିଛି ବିବରଣୀ ପଚରାଯିବ।
  • ସେଥିରେ ପଚରାଯାଇଥିବା ସମସ୍ତ ତଥ୍ୟ ପୂରଣ କରନ୍ତୁ।
  • ଆପଣଙ୍କ ନାମ, ଫୋନ୍ ନମ୍ବର, ଜନ୍ମ ତାରିଖ ଇତ୍ୟାଦି ସବିଶେଷ ତଥ୍ୟ ପୂରଣ କରନ୍ତୁ।
  • ଏହା ପରେ ଆପଣ ଦେଇଥିବା ଫୋନ୍ ନମ୍ବରକୁ ଏକ ମେସେଜ ଆସିବ, ଯେଉଁଥିରେ କିଛି ବିବରଣୀ ରହିବ।
  • ଯଦି ସେହି ସୂଚନା ଆପଣଙ୍କ ଦ୍ୱାରା ଦିଆଇଥିବା ବିବରଣୀ ସହିତ ମେଳ ଖାଏ ତେବେ ଆପଣଙ୍କ ପାନ୍ କାର୍ଡ ଅସଲି ବୋଲି ଜାଣିବେ।
  • ଯଦି ଏହି ସୂଚନା ଆପଣଙ୍କ ଦ୍ୱାରା ଦିଆଇଥିବା ବିବରଣୀ ସହିତ ମେଳ ଖାଉ ନାହିଁ, ତେବେ ଏହାର ଅର୍ଥ ହେଉଛି ଆପଣ ଏକ ନକଲି ପାନ୍ କାର୍ଡ ବ୍ୟବହାର କରୁଛନ୍ତି।

Get real time updates directly on you device, subscribe now.