fbpx
BSKY
BJD MS SKY
BJD YOUTH SKY

ମୋଦୀ କହିଲେ, ‘ମୁଁ କେଶକୁ କଲର କରି ଧଳା କରିଥାଏ, କାରଣ..’ ଗେମର୍ସଙ୍କ ସହ ସାକ୍ଷାତ ସମୟରେ ଏପରି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜନୀତି ସହିତ ଅନ୍ୟ କ୍ଷେତ୍ରର ଲୋକମାନଙ୍କ ସହ ବି ମିଶିବାକୁ ପସନ୍ଦ କରିଥାନ୍ତି । ନିକଟରେ ସେ ମାଇକ୍ରୋସଫ୍ଟ ନିର୍ମାତା ଓ ଜଣାଶୁଣା ଟେକ୍ନୋକ୍ରାଟ ତଥା ସମାଜସେବୀ ବିଲ୍ ଗେଟସ୍‌ଙ୍କୁ ସାକ୍ଷାତ କରିଥିଲେ । ଏବେ ପ୍ରଧାନମନ୍ତ୍ରୀ ଗେମିଂ କମ୍ୟୁନିଟିର କିଛି ଲୋକଙ୍କୁ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସମୟରେ ସେ ସେମାନଙ୍କ ସହ ମଜାଦାର ଢଙ୍ଗରେ ଆଲୋଚନା କରିଛନ୍ତି । ବହୁତ ହାଲ୍‌କା ଢଙ୍ଗରେ ସେ କହିଛନ୍ତି କି ସେ ନିଜ କେଶକୁ କଲର କରି ଧଳା କରିଥାନ୍ତି । ମାଚ୍ୟୁର ଦେଖାଯିବା ପାଇଁ ସେ ଏପରି କରିଥାନ୍ତି । ପ୍ରଧାନମନ୍ତ୍ରୀଙ୍କ ଏପରି କଥାରେ ସେଠାରେ ଉପସ୍ଥିତ ସମସ୍ତେ ହସି ଉଠିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ମଜାଦାର ସାକ୍ଷାତକାରର ଭିଡିଓ ୧୩ ଏପ୍ରିଲ ସକାଳ ୯ଟା ୩୦ ମି.ରେ ପ୍ରସାରିତ ହେବ ।

ପ୍ରଧାନମନ୍ତ୍ରୀ ଯେଉଁ ଗେମର୍ସଙ୍କ ସହ ସାକ୍ଷାତ କରିଛନ୍ତି ସେମାନଙ୍କ ମଧ୍ୟରେ ଅନିମେଷ ଅଗ୍ରୱାଲ, ନମନ ମାଥୁର, ମିଥିଳେଶ, ପାୟଲ ଧାରେ, ତୀର୍ଥ ମେହେଟ୍ଟାଙ୍କ ପରି ଗେମର୍ସ ସାମିଲ ଥିଲେ । କଥାବର୍ତ୍ତା ମଧ୍ୟରେ ପ୍ରଧାନମନ୍ତ୍ରୀ ମଜାଦାର ଢଙ୍ଗରେ କହିଥିଲେ କି ସେ ତାଙ୍କ କେଶ କଲର କରି ଧଳା କରିଥାନ୍ତି କାରଣ ସେ ବୟସ୍କ ଦେଖାଯିବେ । ଏହାକୁ ନେଇ ସମସ୍ତେ ହସି ଉଠିଥିଲେ । ତେବେ ଏହି ସାକ୍ଷାତ ଭିଡିଓର ଟିଜର ଜାରି କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିବା ଗେମର୍ସମାନେ ବେଶ୍ ଖୁସି ପ୍ରକଟ କରିଛନ୍ତି ଓ କହିଛନ୍ତି ସେ ଆମ ସହ ମିତ୍ର ପରି ସାକ୍ଷାତ ଆଲୋଚନା କରିଥିଲେ । ଏହାର କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ବିଲ୍ ଗେଟସ୍‌ଙ୍କୁ ଭେଟି ଆଲୋଚନା କରିଥିଲେ ଯାହାକୁ ନେଇ ବହୁତ ଚର୍ଚ୍ଚା ହୋଇଥିଲା ।

Get real time updates directly on you device, subscribe now.