fbpx

ନିର୍ବାଚନ ପାଖେଇ ଆସୁଥିବାରୁ ବଢ଼ୁଛି ଭୋଟର ଆଇଡି କାର୍ଡ ଡାଉନଲୋଡ୍ ସ୍କାମ୍: ଜାଣନ୍ତୁ କିପରି ବର୍ତ୍ତିବେ

ନୂଆଦିଲ୍ଲୀ : ଦେଶରେ ଲୋକସଭା ନିର୍ବାଚନ ୨୦୨୪ ପାଖେଇ ଆସୁଛି । ଏଭଳି ପରିସ୍ଥିତିରେ ଅନେକ ଲୋକ ସେମାନଙ୍କର ଭୋଟର ପରିଚୟ ପତ୍ର ଡାଉନଲୋଡ୍ କରୁଛନ୍ତି । ଏହି ସମୟରେ ଠକାମି କରୁଥିବା ଦୁର୍ଦ୍ଦାନ୍ତ ଅପରାଧୀମାନେ ମଧ୍ୟ ସକ୍ରିୟ ହୋଇଛନ୍ତି । ସେମାନେ ଲୋକଙ୍କୁ ପ୍ରତାରଣା କରିବାରେ ମାତିଛନ୍ତି ।

ନିଜକୁ ଭୋଟର ଆଇଡି ସ୍କାମରୁ ରକ୍ଷା କରିବା ପାଇଁ ଏହି ଷ୍ଟେପ୍ ଆପଣାନ୍ତୁ …

୧. ଯଦି ଆପଣ ଭୋଟର ପରିଚୟ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ କୌଣସି ୱେବସାଇଟ୍ ବ୍ୟବହାର କରନ୍ତି, ତେବେ ପ୍ରଥମେ ଏହା ଯାଞ୍ଚ କରନ୍ତୁ ଯେ ଏହା ଆଇନଗତ ବୈଧ କି ନୁହେଁ । ଆପଣ ନିର୍ବାଚନ ଆୟୋଗର ଅଫିସିଆଲ୍ ୱେବସାଇଟରୁ ଭୋଟର ଆଇଡି କାର୍ଡ ଡାଉନଲୋଡ୍ କରିପାରିବେ । ଯଦି ଆପଣ କାହାଠାରୁ ସାହାଯ୍ୟ ନେଉଛନ୍ତି ତେବେ ସେ ଅନୁମତିପ୍ରାପ୍ତ କି ନାହିଁ ଯାଞ୍ଚ କରନ୍ତୁ ।

୨. ଭୋଟର ଆଇଡି ସମ୍ବନ୍ଧୀୟ ସେବା ପାଇଁ ସ୍ୱଳ୍ପ ମୂଲ୍ୟର ସେବା ପ୍ରଦାନ କରୁଥିବା ସେନାକୁ ବିଶ୍ୱାସ କରନ୍ତୁ ନାହିଁ । ଏହିପରି ପ୍ରଲୋଭନକାରୀ ଅଫରଗୁଡିକ ଠକମାନଙ୍କ ଦ୍ୱାରା କରାଯାଇଥାଏ ।

୩. ଭୋଟର ଆଇଡି ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ସରକାରୀ ୱେବସାଇଟ୍ ବ୍ୟବହାର କରନ୍ତୁ । ଆପଣ ସରକାରୀ କାର୍ଯ୍ୟାଳୟକୁ ମଧ୍ୟ ଯାଇପାରିବେ ।

୪. ବ୍ୟକ୍ତିଗତ ସୂଚନା ଅନଲାଇନରେ ସେୟାର କରିବା ସମୟରେ ସତର୍କ ରୁହନ୍ତୁ, ବିଶେଷକରି ଆଧାର କିମ୍ବା ପାନ୍ କାର୍ଡ ନମ୍ବର ପରି ସମ୍ବେଦନଶୀଳ ସୂଚନା ।

୬. ଯଦି ଆପଣ ଭୋଟର ପରିଚୟ ପତ୍ର ସହିତ ଜଡିତ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ କିମ୍ବା ଅଫର ଦେଖନ୍ତି, ତେବେ ଅଧିକାରୀମାନଙ୍କୁ ଜଣାନ୍ତୁ ।

ଭୋଟର ଆଇଡି କାର୍ଡ ପାଇଁ ଅନଲାଇନରେ କିପରି ଆବେଦନ କରିବେ :-

୧- ଯଦି ଆପଣ ଅନଲାଇନରେ ଭୋଟର ଆଇଡି କାର୍ଡ ପାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ନ୍ୟାସନାଲ ଭୋଟର ସେବା ପୋର୍ଟାଲ (NVSP) ର ୱେବସାଇଟକୁ ଯାଆନ୍ତୁ ।

୨– ‘Sign-Up’ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

୩- ଆପଣଙ୍କର ମୋବାଇଲ୍ ନମ୍ବର, ଇମେଲ୍ ଆଇଡି ଏବଂ କ୍ୟାପଚା କୋଡ୍ ଏଣ୍ଟର କରନ୍ତୁ । ଏହା ପରେ ‘Continue’ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

୪- ଆପଣଙ୍କର ବ୍ୟକ୍ତିଗତ ସୂଚନା ପୁରଣ କରନ୍ତୁ ଏବଂ ଏକ ପାସୱାର୍ଡ ତିଆରି କରନ୍ତୁ, ତାପରେ ‘ରିକ୍ୱେଷ୍ଟ ଓଟିପି’ ଉପରେ କ୍ଲିକ୍ କରନ୍ତୁ ।

୫- ଆପଣ ମୋବାଇଲରେ OTP ପାଇବେ । ଏହାକୁ ଏଣ୍ଟର କର ଏବଂ ‘Verify’ ବଟନ୍ ଉପରେ କ୍ଲିକ୍ କର ।

୬- ଏହା ପରେ ଆପଣ ଆପଣଙ୍କର ମୋବାଇଲ୍ ନମ୍ବର, ପାସୱାର୍ଡ ଏବଂ କ୍ୟାପଚା ସହିତ ଲଗ୍ ଇନ୍ କରନ୍ତୁ ।

୭- ‘Fill Form 6’ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଫର୍ମରେ ପଚରାଯାଇଥିବା ସମସ୍ତ ତଥ୍ୟ ପୁରଣ କରନ୍ତୁ ।

୮- ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ । ଏହା ପରେ ‘Preview and Submit’ ବଟନ୍ ଉପରେ କ୍ଲିକ୍ କର । ଯଦି କୌଣସି ସୁଧାର କରିବାକୁ ପଡିବ ତେବେ ଆପଣ ଏହା କରିପାରିବେ । ଏହା ପରେ ଏହାକୁ ସବମିଟ କରନ୍ତୁ ।

Get real time updates directly on you device, subscribe now.