fbpx

ନବରାତ୍ରୀରେ କରନ୍ତୁ ପାନ ପତ୍ରର ଏହି ଉପାୟ, ଘରେ ବର୍ଷିବ ସୁଖ ସମୃଦ୍ଧି, ସମସ୍ୟାରୁ ମିଳିବ ମୁକ୍ତି

ଓଡ଼ିଶା ଭାସ୍କର: ଏପ୍ରିଲ ୯ ତାରିଖରୁ ଆରମ୍ଭ ହୋଇଯାଇଛି ପବିତ୍ର ନବରାତ୍ରୀ । ସମସ୍ତ ଦେଶବାସୀଙ୍କ ମନରେ ଭରିଦେଇଛି ଉତ୍ସାହ । ଚୈତ୍ର ନବରାତ୍ରୀର ତୃତୀୟ ଦିନରେ ମା’ ଚନ୍ଦ୍ର ଘଣ୍ଟାଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ମାଆଙ୍କ ମଥାରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ନାମରେ ଜଣାଯାଏ । ଦେବୀ ଚନ୍ଦ୍ର ଘଣ୍ଟାଙ୍କ ରଂଗ ସ୍ୱର୍ଣ୍ଣ ପରି ଉଜ୍ଜ୍ୱଳ ଏବଂ ତାଙ୍କ ବାହନ ସିଂହ ଅଟେ । ମାତାଙ୍କ ୧୦ଟି ହାତ ମଧ୍ୟରୁ ୫ଟି ହାତରେ ପଦ୍ମ ଫୁଲ, ଧନୁ, ଜପ ମାଳା, ତୀର ଏବଂ ଅଭୟ ମୁଦ୍ରା ଧାରଣ କରିଥାନ୍ତି । ସେହେିପରି ଅନ୍ୟ ୫ଟି ହାତରେ ତ୍ରୀଶୁଳ, ଗଦା, କମଣ୍ଡଳ, ଖଣ୍ଡା ଏବଂ ମୁଦ୍ରା ଧାରଣ କରିଥାନ୍ତି । ତେବେ ନବରାତ୍ରୀରେ କରାଯାଇଥିବା କିଛି ଉପାୟ ବହୁତ ପ୍ରଭାବଶାଳୀ ବିବେଚିତ କରାଯାଇଥାଏ । ଏଭଳି କିଛି ଉପାୟ ମଧ୍ୟରେ ପତ୍ରର ଉପାୟ ବେଶ ଲାଭକାରୀ ଅଟେ । ଏହି ଉପାୟ କରିବା ଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ବଜାୟ ରୁହେ । ତେବେ ଆସନ୍ତୁ ଜାଣିବା ପାନ ପତ୍ର ସହ ଜଡ଼ିତ କିଛି ଉପାୟ ବିଷୟରେ:

୧. ଗୋଟା ପାନ ପତ୍ରରେ ଗୋଲାପର କିଛି ସତେଜ ପାଖୁଡ଼ା ରଖି ମା’ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ମା’ ଦୁର୍ଗାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହା ସହ ଧନ ଲାଭର ଯୋଗ ସୃଷ୍ଟି ହୋଇଥାଏ ।

୨. ପାନ ପତ୍ରରେ ୨ଟି ଗୋଟା ଲବଙ୍ଗ ରଖି ଜଳରେ ପ୍ରବାହିତ କରନ୍ତୁ । ନବରାତ୍ରୀ ସମୟରେ ଏହି ଉପୟ କରିବା ଦ୍ୱାରା ସମସ୍ତ ଅଧୁରା ମନସ୍କାମନା ପୂରଣ ହୋଇଥାଏ ।

୩. ପାନ ପତ୍ରରେ କିଛି କେସର ରଖି ଦେବୀ ଦୁର୍ଗାଙ୍କ ସ୍ତୁତି ଏବଂ ଦେବୀଙ୍କ ନାମାବଳୀ ପାଠ କରିବା ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଏହା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂରେଇବା ସହ ଦେବୀ ଦୁର୍ଗାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

୪. ସନ୍ତାନ ପ୍ରାପ୍ତିର କାମନା ପାଇଁ ନବରାତ୍ରୀ ସମୟରେ ମା’ ଦୁର୍ଗାଙ୍କୁ ୯ଟି ପାନ ପତ୍ର ଅର୍ପଣ କରନ୍ତୁ । ଏହା ବ୍ୟତୀତ ନଅ ଜଣ ସଧବା ମହିଳାଙ୍କୁ ସୁହାଗ ସାମଗ୍ରୀ ଉପହାର ଦିଅନ୍ତୁ ।

୫. କାର୍ଯ୍ୟରେ ସଫଳତା ପାଇଁ ପାନ ପତ୍ରର ଉଭୟ ପାଶ୍ୱର୍ରେ ସୋରିଷ ତେଲ ଲଗାଇ ମା’ ଦୁର୍ଗାଙ୍କ ଅର୍ପଣ କରନ୍ତୁ । ଏହା ପରେ ଏହି ପତ୍ରକୁ ରାତିରେ ମୁଣ୍ଡ ପାଖରେ ରଖି ଶୁଅନ୍ତୁ । ସକାଳେ ଉଠିଲା ପରେ ସ୍ନାନାଦି କାର୍ଯ୍ୟ ପରେ ଏହି ପାନ ପତ୍ରକୁ କୌଣସି ଦୁର୍ଗା ମନ୍ଦିରରେ ରଖି ଆସନ୍ତୁ । ଏହି ଉପାୟ ଦ୍ୱାରା କ୍ୟାରିୟରରେ ମଧ୍ୟ ସଫଳତା ମିଳିଥାଏ ।

୬. ନବରାତ୍ରୀର କୌଣସି ଦିନ ପାନର ଏକ ବିଡ଼ା ମା’ ଦୁର୍ଗାଙ୍କ ମନ୍ଦିରରେ ଅର୍ପଣ କରନ୍ତୁ । ଏହା ଦ୍ୱାରା ଦେବୀ ଦୁର୍ଗା ପ୍ରସନ୍ନ ହୋଇଥାନ୍ତି । ତାଙ୍କ କୃପାରୁ ବ୍ୟବସାୟରେ ଉନ୍ନତି ହେବା ସହ ସଫଳତା ପ୍ରାପ୍ତ ହୋଇଥାଏ ।

Get real time updates directly on you device, subscribe now.