fbpx

ଇମ୍ରାନଙ୍କ ଦାବି ମିଛ ଥିଲା, ଗୁଇନ୍ଦା ଏଜେନ୍ସିକୁ ମିଳିଲା ନାହିଁ ‘ବିଦେଶୀ ଷଡଯନ୍ତ୍ର’ର କୌଣସି ପ୍ରମାଣ

Advertisement

ନୂଆଦିଲ୍ଲୀ: ପାକିସ୍ତାନର ଇମ୍ରାନ ଖାନଙ୍କ ସରକାରକୁ ଅସ୍ଥିର କରିବା ପାଇଁ ବିଦେଶୀ ଷଡଯନ୍ତ୍ର ହୋଇଥିଲା। ଏମିତି ଅଭିଯୋଗ ଲଗାଇ ନ୍ୟାସନାଲ ଆସେମ୍ବଲିର ଉପ ବାଚସ୍ପତି ଇମ୍ରାନଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଥିଲେ। ତେବେ ପାକିସ୍ତାନ ଯାଞ୍ଚ ଏଜେନ୍ସିକୁ ଏହାର କୌଣସି ଠୋସ୍ ପ୍ରମାଣ ମିଳିନାହିଁ। ଯାହା ଆଧାରରେ କୁହାଯାଇ ପାରିବ ଯେ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାରଙ୍କୁ ଅସ୍ଥିର କରିବା ପାଇଁ ବିଦେଶୀ ଷଡଯନ୍ତ୍ର ରଚା ଯାଇଥିଲା।

ଏହି ମାମଲାରେ ଅଧିକାରୀ କହିଛନ୍ତି, ସୁରକ୍ଷା ଏଜେନ୍ସିକୁ ଏମିତି କୌଣସି ପ୍ରମାଣ ମିଳିନାହିଁ। ଏଥିରୁ ପ୍ରମାଣିତ ହୋଇଛି ଯେ ଇମ୍ରାନଙ୍କ ଦାବି ଭୁଲ୍ ପ୍ରମାଣିତ ହୋଇଛି। ଗତ ସପ୍ତାହରେ ଇମ୍ରାନ ଖାନ ବହୁମତ ହରାଇଥିଲେ ଏବଂ ବିରୋଧୀ ଦଳଗୁଡିକ ଦ୍ଵାରା ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ପଡିଥିଲା। ପ୍ରସ୍ତାବକୁ ସଂସଦର ଉପ ବାଚସ୍ପତି ବିଦେଶୀ ଷଡଯନ୍ତ୍ର ଏବଂ ଅସାମ୍ବିଧାନିକ ଦର୍ଶାଇ ଖାରଜ କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନିର୍ଦ୍ଦେଶରେ ରାଷ୍ଟ୍ରପତି ଆରିଫ ଅଲଭି ସଂସଦ ଭଙ୍ଗ କରିଥିଲେ।

ଇମ୍ରାନ ମାର୍ଚ୍ଚ ୨୭ରେ ଏକ ରାଲିକୁ ସମ୍ବୋଧିତ କରି କହିଥିଲେ, ତାଙ୍କୁ କ୍ଷମତାରୁ ବେଦଖଲ କରିବା ପାଇଁ ବିଦେଶୀ ଷଡଯନ୍ତ୍ର ରଚାଯାଇଥିଲା। ତେଣୁ ମୋ ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଚେଷ୍ଟା କରିଥିଲେ ବୋଲି ଇମ୍ରାନ କହିଛନ୍ତି।

Get real time updates directly on you device, subscribe now.