fbpx
BSKY SKY
BSKY SKY

୨୦୨୨-୨୩ରେ ରାଜ୍ୟର ଋଣଭାର ଏକ ଲକ୍ଷ କୋଟି ଟପିବ, ରାଜ୍ୟ ସରକାରଙ୍କ ଆକଳନ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବଜେଟ୍ ଆଗତ ହୋଇଥିଲା । ମୋଟ ୨ ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ ଆଗତ ଆଗତ ହୋଇଛି । ଚଳିତ ବଜେଟରେ ସ୍ୱାସ୍ଥ୍ୟକ୍ଷେତ୍ରକୁ ୧୨ ହଜାର ୬୨୪ କୋଟିର ଅର୍ଥ ବ୍ୟୟବରାଦ କରାଯାଇଛି ।

ତେବେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟର ଋଣ ଭାରକୁ ନେଇ ରାଜ୍ୟ ସରକାର ଆକଳନ କରିଛନ୍ତି । ଏହି ଅବଧି ମଧ୍ୟରେ ରାଜ୍ୟର ଋଣ ଭାର ୧ ଲକ୍ଷ ୧୨ ହଜାର ୪୦୧ କୋଟିରେ ପହଞ୍ଚିବ । ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୧ ଲକ୍ଷ ୮୧୩ କୋଟି ଋଣ ଭାର ଥିଲା । ଅର୍ଥାତ ମୁଣ୍ଡ ପିଛା ଋଣ ୨୪ ହଜାର ୯୦୦ ଟଙ୍କା । ଗତ ୨୦୨୧-୨୨ ଅପେକ୍ଷା ଚଳିତ ବଜେଟ ୧୭.୬ ପ୍ରତିଶତ ଅଧିକ ରହିଛି ।

ତେବେ ବଜେଟ ପାଇଁ ୨ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଥିବା ବେଳେ ରାଜସ୍ୱ ପ୍ରାପ୍ତିରୁ ୧ ଲକ୍ଷ ୬୩ ହଜାର ୯୬୭ କୋଟି ସଂଗ୍ରହ କରାଯିବ । ଏହାଛଡ଼ା ଅନ୍ୟାନ୍ୟ ବାବଦରୁ ୩୬ ହଜାର ୩୩ କୋଟି ଟଙ୍କା ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି । ଗତ ମାର୍ଚ୍ଚ ୩୦ରେ ରାଜ୍ୟ ସରକାର ୧ ଲକ୍ଷ ୬ ହଜାର ୪୯୮ କୋଟିର ଏକ କାମଚଳା ବଜେଟ୍ ଆଗତ କରିଥିଲେ ।

Get real time updates directly on you device, subscribe now.