fbpx

ରାଗିଙ୍ଗ ପାଇଁ ରୁଚିକାଙ୍କ ଆତ୍ମହତ୍ୟା: ବିଜେବି କଲେଜ ଛାତ୍ରୀଙ୍କ ସୁଇସାଇଡ ନୋଟ କହୁଛି କାହାଣୀ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଉପର ଉଠିଛି ପରଦା । କଲେଜରେ ରାଗିଂ ପାଲଟିଛି ଛାତ୍ରୀଙ୍କ ଆତ୍ମହତ୍ୟାର ମୁଖ୍ୟ କାରଣ । ଛାତ୍ରୀଙ୍କ ମୃତଦେହ ନିକଟରୁ ମିଳିଥିବା ସୁଇସାଇଡ ନୋଟରୁ ମୃତ୍ୟୁର କାରଣ ଜାଣିବାକୁ ମିଳିଛି । ତେବେ ଘଟଣାସ୍ଥଳରେ ବଡଗଡ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଏଥିସହ ମୃତ୍ୟୁ ପଛରେ ପରୋକ୍ଷ ଭାବରେ ଜଡିତ ସିନିୟର ଛାତ୍ରୀଙ୍କୁ ଖୋଜିବା ପାଇଁ ଚେଷ୍ଟା ଜାରି ରହିଛି ।

ସୂଚନା ଅନୁସାରେ, ବିଜେବି କଲେଜ ଲେଡିଜ ହଷ୍ଟେଲରୁ ମିଳିଥିବା +୩ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟାର କାରଣ ଜାଣିବାକୁ ପାଇଛି ପୋଲିସ । ୩ ଜଣ ସିନିୟର ଛାତ୍ରୀଙ୍କ ରାଗିଂ ରୁଚିକାଙ୍କ ଆତ୍ମହତ୍ୟାର କାରଣ ପାଲଟିଥିବା ସେ ଏକ ସୁଇସାଇଡ ନୋଟରେ ଲେଖିଛନ୍ତି । ସିନିୟର ଛାତ୍ରୀଙ୍କ ନିର୍ଯାତନା ସହି ନ ପାରି ରୁଚିକା ଏପରି ଏକ ନିଷ୍ପତ୍ତି ନେଇଥିବା ଚିଠିରେ ଦର୍ଶାଇଛନ୍ତି । ତେବେ ରାଗିଂ କରିଥିବା ୩ ଛାତ୍ରୀଙ୍କ ସମ୍ପର୍କରେ ଅଧିକ କିଛି ସୂଚନା ଦେଇ ନାହାନ୍ତି ରୁଚିକା ।

ରୁଚିକାଙ୍କ ସୁଇସାଇଡ ନୋଟ ଆଧାରରେ ବଡଗଡ ଥାନାରେ ମା ଏତଲା ଦେଇଛନ୍ତି । ଅଭିଯୋଗ ପରେ ପୋଲିସ ଛାତ୍ରୀ ନିବାସରେ ପଚରାଉଚରା ଆରମ୍ଭ କରିଛି । ସେପଟେ ନୋଟ ମିଳିବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି ।

Get real time updates directly on you device, subscribe now.