fbpx

୨୦୨୪ ଜାନୁଆରୀରେ ପ୍ରଭୁ ରାମଚନ୍ଦ୍ରଙ୍କ ସ୍ଥାପନା ! ଆସିଲା ଶୁଭ ମୁହୂର୍ତ୍ତ

ନୂଆଦିଲ୍ଲୀ: ଘଟିଲା ସବୁ ଅପେକ୍ଷାର ଅନ୍ତ । ୨୦୨୪ ଜାରୁଆରୀରେ ସ୍ଥାପନା ହେବେ ପ୍ରଭୁ ରାମଚନ୍ଦ୍ର । ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କର ସ୍ଥାପନା କରାଯିବ । ୨୦୨୪ ଜାନୁଆରୀ ମାସ ମକର ସଂକ୍ରାନ୍ତି ଅବସରରେ ସ୍ଥାପନା କରାଯିବ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିମୂର୍ତ୍ତି । ଆଜି ଏନେଇ ସୂଚନା ମିଳିଛି । ଅନୁମାନ କରାଯାଉଛି, ଏହା ପୂର୍ବରୁ ମନ୍ଦିରର ସମସ୍ତ କାମ ସରିଯିବ ।

ଅନ୍ୟପଟେ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ ପ୍ରାୟ ୧୮୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ରବିବାର ଦିନ ନିର୍ମାଣ କାର୍ଯ୍ୟ କରୁଥିବା ଟ୍ରଷ୍ଟ୍‌ର ଅଧିକାରୀମାନେ କହିଛନ୍ତି। ସୂଚନାଯୋଗ୍ୟ, ସୁପ୍ରିମ୍‌ କୋର୍ଟଙ୍କ ଆଦେଶକ୍ରମେ ଉତ୍ତର ପ୍ରଦେଶର ପବିତ୍ର ଅଯୋଧ୍ୟା ନଗରୀରେ ମନ୍ଦିର ତୋଳିବା ପାଇଁ ‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍‌’ ଗଠିତ ହୋଇଥିଲା। ବାରମ୍ବାର ବୈଠକ ବସାଯାଇ ମନ୍ଦିର ନିର୍ମାଣ ନିମନ୍ତେ ରୀତିନୀତି ଏବଂ ମାନୁଆଲ୍‌ ଅନୁମୋଦନ କରାଯାଇଥିଲା।

ମନ୍ଦିର ବେଢ଼ାରେ ଯଶସ୍ବୀ ହିନ୍ଦୁ ସାଧୁସନ୍ଥମାନଙ୍କର ପ୍ରତିମା ନିର୍ମାଣ କରିବା ଲାଗି ସ୍ଥାନ ଚୟନ କରିବା ଲାଗି ସର୍ବସମ୍ମତିକ୍ରମେ ଫୈଜାବାଦ୍‌ ସର୍କିଟ୍‌ ହାଉସ୍‌ରେ ଆୟୋଜିତ ବୈଠକରେ ସ୍ଥିର କରାଯାଇଥିଲା। ବିଶେଷଜ୍ଞମାନେ ଫାଇଲ୍‌ କରିଥିବା ରିପୋର୍ଟ ଆଧାରରେ ଟ୍ରଷ୍ଟ ଆକଳନ କରିଛି ଯେ, କେବଳ ରାମ ମନ୍ଦିର ନିର୍ମାଣ କରିବା ଲାଗି ୧୮୦୦ ‌କୋଟି ଟଙ୍କା ବ୍ୟୟ ହେବ।

Get real time updates directly on you device, subscribe now.