fbpx

ପାକିସ୍ତାନରେ ମିଳୁନି ୫୦ ମନ୍ତ୍ରୀଙ୍କ ପତ୍ତା! ଇମ୍ରାନଙ୍କ ଅନାସ୍ଥା ପ୍ରସ୍ତାବ ପୂର୍ବରୁ ଗାଏବକୁ ନେଇ ବଢ଼ୁଛି କଳ୍ପନା ଜଳ୍ପନା

ପାକିସ୍ତାନରେ ଗାଏବ ହୋଇ ଯାଇଛନ୍ତି ୫୦ ମନ୍ତ୍ରୀ! ଏବେ ସେମାନଙ୍କ ପତ୍ତା ମିଳୁନାହିଁ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ବିରୋଧୀଙ୍କ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆସିଛି । ହେଲେ ଅନାସ୍ଥା ଭୋଟ ପୂର୍ବରୁ ଏବେ ତେହେରିକ-ଇ-ଇନସାଫ ଦଳର ୫୦ ରୁ ଅଧିକ ମନ୍ତ୍ରୀଙ୍କ ପତ୍ତା ମିଳୁନି । ତେବେ ଏହି ମନ୍ତ୍ରୀମାନଙ୍କ ମଧ୍ୟରୁ ୨୫ ଜଣ ସଂଘୀୟ ଏବଂ ପ୍ରାଦେଶିକ ଉପଦେଷ୍ଟା ତଥା ସ୍ୱତନ୍ତ୍ର ସହାୟକ ରହିଛନ୍ତି । ସେହିଭଳି ଚାରିଜଣ ରାଷ୍ଟ୍ରମନ୍ତ୍ରୀ,  ଚାରିଜଣ ଉପଦେଷ୍ଟା, ଏବଂ ୧୯ ଜଣ ସ୍ୱତନ୍ତ୍ର ସହାୟକ ରହିଛନ୍ତି ।

କୁହାଯାଉଛି ଏହି ମନ୍ତ୍ରୀମାନେ ଆଢୁଆଳରେ ରହି କୋଉ ପାଣି କୁଆଡ଼େ ଯାଉଛି ତାହା ପରଖୁଛନ୍ତି ଏବଂ ଉପଯୁକ୍ତ ସମୟକୁ ଅପେକ୍ଷା କରିଛନ୍ତି । ତେବେ ସଂଘୀୟ ସ୍ତରରେ ପ୍ରଧାନମନ୍ତ୍ରୀଙ୍କୁ ଢେର ସମର୍ଥନ ମିଳୁଛି । ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀଙ୍କ ସମେତ ଶକ୍ତିମନ୍ତ୍ରୀ, ସୂଚନା ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆଭ୍ୟନ୍ତ୍ରରୀଣ ମନ୍ତ୍ରୀ ପମୁଖ ଇମ୍ରାନଙ୍କ ସମର୍ଥନରେ ଠିଆ ହୋଇଛନ୍ତି ।

କିନ୍ତୁ ଅନ୍ୟପକ୍ଷରେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିପଦ ସମୟରେ କିଛି ମନ୍ତ୍ରୀ କୁଆଡ଼େ ଗାୟବ ହୋଇ ଯାଇଛନ୍ତି । ଯେଉଁଥିରେ ସେମାନଙ୍କ ମନୋଭାବ ବି ସ୍ପଷ୍ଟ ହୋଇ ଯାଇଛି । ଅନ୍ୟପକ୍ଷରେ ଇମ୍ରାନ ଖାନ ଇସଲାମାବାଦରେ ଏକ ରାଲି କରି ପରେ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି ।

Get real time updates directly on you device, subscribe now.