fbpx

ଚର୍ଚ୍ଚାରେ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା, ୨୦୧୯ ଟିକେଟ୍ ଘୋଷଣାଠୁ ପ୍ରଥମେ ଶପଥ ଗ୍ରହଣ ପର୍ଯ୍ୟନ୍ତ

ଭୁବନେଶ୍ୱର(ଓଡିଶା ଭାସ୍କର) :ରାଜ୍ୟ କ୍ୟାବିନେଟ ପୁନଃଗଠନ ହୋଇଥିବା ବେଳେ ଚର୍ଚ୍ଚାରେ ରହିଛନ୍ତି ରାୟଗଡା ଜିଲ୍ଳାରୁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ଜଗନ୍ନାଥ ସାରକା। ଶପଥ ଗ୍ରହଣ ସମାରୋହରେ କ୍ୟାବିନେଟ ମନ୍ତ୍ରୀ ଭାବେ ଜଗନ୍ନାଥ ସାରକା ପ୍ରଥମେ ଶପଥ ଗ୍ରହଣ କରିଥିଲେ। ନିର୍ବାଚନ ବେଳେ ବିଜେଡିର ପାର୍ଥି ତାଲିକା ମୁଖ୍ୟମନ୍ତ୍ରୀ ଘୋଷଣା କରିବା ବେଳେ ମଧ୍ୟ ପ୍ରଥମ ପାର୍ଥି ଭାବେ ଜଗନ୍ନାଥ ସାରକାଙ୍କ ନାମ ମୁଖ୍ୟମନ୍ତ୍ରୀ ଘୋଷଣା କରିଥାନ୍ତି। ମୁଖ୍ୟମନ୍ତ୍ରା ନବୀନ ପଟ୍ଟନାୟକ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣେ ପରମ ଭକ୍ତ ହୋଇଥିବାରୁ କେଉଁଠିି ନା କେଉଁଠିିି ଜଗନ୍ନାଥ ନାମରେ ତଙ୍କର ଦୁର୍ବଳତା ରହିଥିବାରୁ ସେ ମନ୍ତ୍ରା ମଣ୍ଡଳ ପୁନଃଗଠନ ବେଳେ କ୍ୟାବିନେଟ ମନ୍ତ୍ରୀକୁ ପଦୋନ୍ନତି ପାଇଥିବା ବିଷମକଟକ ବିଧାୟକ ଜଗନ୍ନାଥ ସାରକାଙ୍କ ନାମକୁ ପ୍ରାଧ୍ୟାନ ଦେଇଥିବା। ରାଜନୈତିକ ମହଲରେ ଆଲୋଚନା ହେଉଛି।

ଏଥିସହ ବିଜେଡି ପାଇଁ ମଧ୍ୟ ଜଗନ୍ନାଥ ସାରକା ଲକି ବୋଲି ମୁଖ୍ୟମନ୍ତ୍ରୀଙ୍କ ଧାରଣା ରହିଥିବା ଆଲୋଚନା ହେଉଛି। ଶ୍ରୀ ସାରକା କ୍ୟାବିନେଟ ମନ୍ତ୍ରା ଭାବେ ପଦୋନ୍ନତି ପାଇବା ପରେ ରାୟଗଡ ଜିଲ୍ଳାରେ ଖିସିର ଲହରି ଖେଳିଯାଇଛି। ବିଭିନ୍ନ ମହଲରୁ ସୁଭେଚ୍ଛାର ସୁଅ ଛୁଟିଛିା ରାଜ୍ୟସଭା ସାଂସଦ ଏନ ଭାସ୍କାର ରାଓ, ରାୟଗଡା ଜିଲ୍ଳା ବିଜେଡି ସଭାପତି ସୁଧିର ଦାସ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଆଇଇଟି ବିଶ୍ୱବିଦ୍ୟାଳୟ ସଭାପତି ଡ ସତ୍ୟପ୍ରକାଶ ପଣ୍ଡା, ଉପସଭାପତି ଡ. ଚନ୍ଦ୍ରଧ୍ୱଜ ପଣ୍ଡାଙ୍କ ସମେତ ବିଜେଡିର ବିଭିନ୍ନ କର୍ମକର୍ତ୍ତା ଓ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ସାରକା କ୍ୟାବିନେଟ ମନ୍ତ୍ରୀକୁ ପଦନ୍ନୋତି ପାଇବାରେ ରାୟଗଡା ଜିଲ୍ଳା ବିଜେଡି ସଭାପତିଙ୍କ ପ୍ରମୁଖ ଭୁମିକା ରହିଥିବା କୁହାଯାଉଛି।

ପଞ୍ଚାୟତ ନିର୍ବାଚନରେ ରାୟଗଡା ଜିଲ୍ଳାରେ ବିଜେଡିର ବିପୁଳ ବିଜୟ ସହ ଜିଲ୍ଳା ପରିଷଦ ଗଠନ କରିବାରେ ଜିଲ୍ଳା ସଭାପତି ଶ୍ରୀ ଦାସଙ୍କ ଦୃଢ଼ ନେତୃତ୍ୱ ପ୍ରମାଣିତ କରିପାରିଥିଲା। ଗତ ୨୦୧୭ ନିର୍ବାଚନରେ ରାୟଗଡା ଜିଲ୍ଳା ପରିଷଦ କଂଗ୍ରେସ ହାତରେ ଥିଲା। ସେହିପରି ଗଜପତି ଜିଲ୍ଳା ବିଜେଡି ସହ ପର୍ଯ୍ୟବେକ୍ଷକ ଭାବେ ମଧ୍ୟ ଶ୍ରୀ ଦାସ ତାଙ୍କ ଦୃଢ ନେତୃତ୍ୱ ପ୍ରମାଣିତ କରି ଜିଲ୍ଳା ପରିଷଦ ବିଜେଡି ହାତମୁଠାକୁ ଆଣିଥିଲେ। ଗତ ୨୦୧୭ ମସିହାରେ ଗଜପତି ଜିଲ୍ଳାରେ ବିଜେପି ହାତରେ ରହିଥିଲା ଜିଲ୍ଳା ପରିଷଦ ସଭାପତି ପଦବୀ। ତେଣୁ ମୁଖ୍ୟମନ୍ତ୍ରା ଏବଂ ବିଜେଡିର କ୍ଷମତା କେନ୍ଦ୍ର ରାୟଦଡା ଜିଲ୍ଳା ସଭାପତି ଶ୍ରୀ ସୁଧିର ଦାସଂକ ସଂଗଠାନିକ ଦକ୍ଷତା ଓ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଶ୍ରା ଜଗନ୍ନାଥ ସାରକାଙ୍କୁ କ୍ୟାବିନେଟ ପ୍ୟାହା ମନ୍ତ୍ରା ଭାବେ ପଦନ୍ନୋତି ଦେଇଥିବା ଚର୍ଚ୍ଚା ହେଉଛି। ତେବେ ଆଗକୁ ରାୟଗଡା ଜିଲ୍ଳାରେ କିଭଳି ବିକାଶ ହେଉଛି ଦେଖିବାକୁ ବାକି ରହିଲ।।

Get real time updates directly on you device, subscribe now.