fbpx

(Video)ଚାନ୍ଦ ପୂଜା ପୂର୍ବରୁ ଚାଲିଗଲେ ଚାନ୍ଦିନୀ; ଯେଉଁ ନୂଆ ଡ୍ରେସ୍ ପିନ୍ଧି ଘରୁ ବାହାରିଥିଲେ ସେହି ଡ୍ରେସ୍ ପିନ୍ଧି ଶ୍ମଶାନକୁ ଗଲେ

Advertisement

କେନ୍ଦୁଝର:(ଓଡ଼ିଶା ଭାସ୍କର) ସକାଳୁ ନୂଆ ଡ୍ରେସ୍ ପିନ୍ଧି ଆଞ୍ଜୁଳି ଟେକି ସାରିଥିଲେ । ଖାଲି ଗ୍ରହଣ ଲାଗିବା ପୂର୍ବରୁ ଚାନ୍ଦକୁ ପୁଜା କରିଥାନ୍ତେ । ସେଥିପାଇଁ ସରିଥିଲା ସବୁ ପ୍ରସ୍ତୁତି । ନିଜର ଚାନ୍ଦକୁ ଭୋଗ ଥାଳିରେ ସଯେଇ ଦେଇଥିଲେ । ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ଚାନ୍ଦ ପୂଜା ପୂର୍ବରୁ ଚାଲିଗଲେ ଯୁବତୀ ଜଣକ । କରେଣ୍ଟ ନେଇଗଲା ଜୀବନ । ଯେଉଁ ପୂଜା ପାଇଁ ସାଜସଜା କରୁଥିଲେ ସେହି ସମୟରେ ହିଁ କରେଣ୍ଟରେ ଲାଗି ଚାଲିଗଲା ଜୀବନ । ଆଉ ଅଧା ରହିଗଲା ଚାନ୍ଦ ପୂଜା ।

ଯେଉଁ ନୂଆ ଡ୍ରେସ୍ ପିନ୍ଧି ଘରୁ ବାହାରିଥିଲେ ସେହି ଡ୍ରେସ୍ ପିନ୍ଧି ଶ୍ମଶାନକୁ ଗଲେ । ହଁ ଆଜ୍ଞା ମନ ଖୁସିରେ ସକାଳୁ ସକାଳୁ ଉଠି ସବୁ କାମ ସାରି ଦେଇଥିଲେ । ପାଦରେ ଅଳତା ଲଗାଇ ନୂଆ ଡ୍ରେନ୍ ମଧ୍ୟ ପିନ୍ଧି ସାରିଥିଲେ । କିନ୍ତୁ ଅଚାନ ଘଟିଗଲା ଅଘଟଣ । ଏମିତି କିଛି ହୃଦୟ ବିଦାରକ ଘଟଣା ଦେଖିବାକୁ ମିିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଶୌଲଙ୍ଗ ଗାଁରେ । ଘରର ଗେହ୍ଲା ଝିଅ ଥଲେ ଚାନ୍ଦିନୀ । ସମସ୍ତେ ତାଙ୍କୁ ଚାନ୍ଦ ଚାନ୍ଦ ବୋଲି ଡାକୁଥିଲେ । କାରଣ ସେ ଥିଲେ ଚାନ୍ଦ ପରି ସୁନ୍ଦର । ଆଉ ଏବେ ସେହି ଘରର ଗେଲବସରିଆ ଝିଅ ଚାନ୍ଦିନି ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛି । ଏମିତି ଅବେଳାରେ ସମସ୍ତଙ୍କୁ ଛାଡ଼ି ଚାଲିଯିବ ତାହା କେବେ କେହି ବିଶ୍ୱାସବି କରିପାରୁ ନାହାଁନ୍ତି । ସମସ୍ତଙ୍କ ମନ ଆଜି ଭାଙ୍ଗିଯାଇଛି ।

କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଡାକ୍ତରଖାନା ପରିଶର । କାରଣ ସମସ୍ତଙ୍କ ମନର ଚାନ୍ଦିନୀ ଆଜି କରେଣ୍ଟରେ ଲାଗି ଆରପାରିକୁ ଚାଲିଯାଇଛନ୍ତି । ମୃତ ଯୁବତୀଙ୍କ ନାମ ହେଉଛି ରଶ୍ମୀତା ଜେନା । ଖବର ମୁତାବିକ ରଶ୍ମିତା ଚାନ୍ଦ ପୂଜା କରିବା ପାଇଁ ଘର ପାଖରେ ସାଉଣ୍ଡ ବକ୍ସ ଏବଂ ଲାଇଟ ଲଗାଉଥିଲେ । ଯେଉଁ ସମୟରେ କରେଣ୍ଟରେ ଲାଗିଯାଇ ଗୁରୁତର ହୋଇଥିଲେ । ତେବେ ଘର ଲୋକେ ସଙ୍ଗେ ସଙ୍ଗେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଘରର ଗେହ୍ଲା ଝିଅର ଜୀବନ କୁମାର ପୁର୍ଣ୍ଣିମାରେ ଚାଲିଗଲା ପରେ ଏବେ ଶୈଲଙ୍ଗ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.