fbpx
BJD
BJD SKY
BJD SKY

(video)ଭୟାନକ ଷ୍ଟଣ୍ଟ; ଶୂନ୍ୟରେ ୪ଥର ଚକ୍ରି ପରି ଘୁରାଇଦେଲେ ଟ୍ରକ୍‌

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ଭୟାନକ ଷ୍ଟଣ୍ଟ କରୁଥିବାର ନଜର ଆସୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ସେ ଏକ ଟ୍ରକକୁ ଶୂନ୍ୟରେ ଚକ୍ରୀ ପରି ଘୁରାଇ ଦେଉଛନ୍ତି । ସେ ଯେଉଁପରି ଭାବରେ ଏହା କରୁଛନ୍ତି ତାହା ଦେଖି ଆପଣଙ୍କର ନିଜ ଆଖିକୁ ବି ବିଶ୍ୱାସ ହେବ ନାହିଁ ।

 

View this post on Instagram

 

A post shared by LADbible (@ladbible)

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ଭିଡିଓ @Ladbible ପକ୍ଷରୁ ସେୟାର କରାଯାଇଛି । ଗତକାଲି ପୋଷ୍ଟ କରାଯାଇଥିବା ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୭୦ ହଜାର ଲାଇକ୍ସ ମିଳିସାରିଲାଣି । ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ବ୍ୟକ୍ତି ଟ୍ରକକୁ ଚଳାଇବା ସମୟରେ ଏକ ପାଚେରୀରେ ଏହାକୁ ପିଟି ପୁଣି ଶୂନ୍ୟରେ ଚକ୍ରୀ ପରି କେଇଥର ଘୁରାଉଛନ୍ତି । ୩୦ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳୁଛି କି ସେ ୪ଥର ଏହିପରି ଟ୍ରକକୁ ୩୬୦ ଡିଗ୍ରୀରେ ଘୁରାଉଛନ୍ତି । ଏବେ ଏହି ଭିଡିଓ ଇଣ୍ଟରନେଟ୍‌ରେ ଧମାକା ସୃଷ୍ଟି କରୁଛି ।

Get real time updates directly on you device, subscribe now.