fbpx

ଭିଡିଓ କଲରେ ପ୍ରେମିକ କହିଲା ଉପାୟ, ଆଉ ମା’କୁ ଜୀବନରୁ ମାରିଦେଲା ଝିଅ

ଫରୀଦାବାଦ୍: ମାଆ-ଝିଅ ସମ୍ପର୍କକୁ ନେଇ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଜଣେ ୧୬ ବର୍ଷୀୟ ନାବାଳିକା ଝିଅ ନିଜ ମାଆଙ୍କ ବେକ କାଟି ହତ୍ୟା କରିଦେଇଛି । ଏଥିରେ ଉକ୍ତ ଝିଅ ପ୍ରେମିକ ମଧ୍ୟ ସାମିଲ ରହିଛି । ଝିଅ ଓ ତାର ପ୍ରେମିକ ମିଶି ଏପରି ଏକ ଅଭାବନୀୟ କାଣ୍ଡ ଘଟାଇଛନ୍ତି । ପ୍ରେମିକ ସହିତ ବିବାହ କରାଇବା ପାଇଁ ମାଆ ଅମଙ୍ଗ ଥିବାରୁ ଝିଅ ଏପରି କାଣ୍ଡ କରିଥିବା ପୋଲିସ୍ କହିଛି । ପୋଲିସ୍ ଉଭୟଙ୍କୁ ଏହି ମାମଲାରେ ଗିରଫ କରିଛି ।

ପୋଲିସ୍ ର ସୂଚନା ମୁତାବକ, ନାବାଳିକା ଝିଅ ନିଜ ବୟଫ୍ରେଣ୍ଡକୁ ବିବାହ କରିବାକୁ ଚାହୁଁଥିଲା । ହେଲେ ଏଥିରେ ମାଆ ରାଜି ନଥିଲେ । ଏଥିରେ ରାଗରେ ଆସି ପ୍ରେମିକ ସହିତ ମିଶି ନିଜ ମାଆଙ୍କର ହତ୍ୟା କରିଛି ଝିଅ । ଲେମ୍ବୁ ପାଣିରେ ମାଆଙ୍କୁ ନିଦ ଔଷଧ ଦେବାପରେ ସେ ଶୋଇପଡ଼ିଥିଲେ । ଏହାପରେ ପ୍ରେମିକ ଭିଡିଓ କଲ୍ ରେ ହତ୍ୟା କରିବାର ଉପାୟ କହିଥିଲା ଓ ଝିଅ ପ୍ରେମିକର କହିବା ମୁତାବକ ମାଆଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ପ୍ରଥମେ ତକିଆରେ ମୁହଁ ଦବାଇ ମାରିବା ପରେ ତଣ୍ଟି ଚିପି ହତ୍ୟା କରିଥିଲା ଝିଅ ।

ତେବେ ଅଭିଯୁକ୍ତ ପ୍ରେମିକର ନାଁ ହେଉଛି ଦୀପାଂଶୁ(୧୮) ଏବଂ ଝିଅର ନାଁ ହେଉଛି କିଶୋରୀ(୧୬) । ଏହି ଘଟଣା ଜୁଲାଇ ୧୧ ତାରିଖରେ ଘଟିଥିବା ବେଳେ ଏହି ମାମଲାରୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ଏହା ଉପରେ ଯାଞ୍ଚ ଆରମ୍ଭ ହୋଇଥିଲା । ମାମଲାର ଯାଞ୍ଚ କରିବା ପରେ ଅଗଷ୍ଟ ୩ ରେ ପ୍ରେମିକକୁ ଗିରଫ କରାଯାଇଥିଲା ଓ ଅଗଷ୍ଟ ୪ ତାରିଖରେ ଝିଅକୁ ଗିରଫ କରିଥିଲା ପୋଲିସ୍ ।

Get real time updates directly on you device, subscribe now.