ନୂଆଦିଲ୍ଲୀ: ସାରା ଦୁନିଆରେ ପତଳା ହେବା ଲାଗି ଭିନ୍ନ-ଭିନ୍ନ ପ୍ରକାରର ବାୟାମ କରୁଛନ୍ତି ଲୋକେ। ଏଥିସହ ବିବାହ କଥା ଉଠିବା ମାତ୍ରେ, ଲୋକେ ଯୋଗ-ଡାଏଟ ଅନୁସରଣ କରି ପତଳା ହୋଇଥାଆନ୍ତି। ଯାହା ଦ୍ୱାରା ସେମାନେ ଦୁଲହନ ବେଶରେ ଆହୁରି ସୁନ୍ଦର ଦେଖାଯିବେ। କିନ୍ତୁ ଏପରି ଏକ ଦେଶ ଅଛି, ଯେଉଁଠାରେ ମୋଟା ଝିଅଙ୍କୁ ହିଁ ସୁନ୍ଦର କୁହାଯାଏ। ଏଠାରେ ବିବାହ ପୂର୍ବରୁ ଝିଅମାନଙ୍କୁ ମୋଟା ହେବା ଲାଗି ଫ୍ୟାଟ କ୍ୟାମ୍ପକୁ ପଠାଯାଇଥାଏ। ଯାହା ଦ୍ୱାରା ସେ ଆହୁରି ସୁନ୍ଦର ଦେଖାଯିବ। ଆସନ୍ତୁ ଏହି ବିଷୟରେ ଜାଣିବା..
ବିବାହ ପୂର୍ବରୁ ଝିଅମାନଙ୍କୁ ମୋଟା କରିବାର ପରଂପରାକୁ ଲେବକୁ କୁହାଯାଇଥାଏ। ଏହା ପଶ୍ଚିମ ଆଫ୍ରିକା ଦେଶର ମୂର୍ତନିୟାରେ କରାଯାଇଥାଏ। ମୂର୍ତନିୟାରେ ଯେଉଁ ଝିଅ ବିବାହ ଯୋଗ୍ୟ ହୋଇଯାଏ, ତାକୁ ମୋଟା କରିବା ଲାଗି କାର୍ଯ୍ୟ ଆରମ୍ଭ କରିଦିଆଯାଏ। ପ୍ରଥମେ ଏହି ଘରେ ଝିଅକୁ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଦିଆଯାଇଥାଏ। ଏହାପରେ ଯଦି ସେହି ଝିଅଟି ମୋଟା ନ ହେଲା ତେବେ ସେହି ଝିଅକୁ ମାଆ ବାପା ଫ୍ୟାଟ କ୍ୟାମ୍ପକୁ ପଠାଇଦିଅନ୍ତି।
ଏଠାରେ ଲୋକଙ୍କ ବିଶ୍ୱାସ ରହିଛି ଯେ, ଝିଅଙ୍କ ଚେହେରା ଫୁଲିବା ଆବଶ୍ୟକ। ଏଥିପାଇଁ ଝିଅମାନଙ୍କୁ ଜବରଦସ୍ତ ଖାଦ୍ୟ ଖୁଆଯାଇଥାଏ। ଅନେକଥର ଝିଅମାନଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଯାଇଥାଏ। ସୂଚନାନୁସାରେ, ଏହି ଦେଶରେ ବିବାହ ପୂର୍ବରୁ ଝିଅମାନଙ୍କୁ ହାରାହାରି ୧୬୦୦୦ କ୍ୟାଲୋରୀ ପ୍ରତିଦିନ ଖୁଆଯାଇଥାଏ। ଡବ୍ଲୁଏଚଓ କହିବାନୁଯାୟୀ, ମହିଳାମାନଙ୍କୁ ଗୋଟିଏ ଦିନରେ ୨୦୦୦ କ୍ୟାଲୋରୀରୁ ଅଧିକ ଇନଟେକ ନ କରିବା ଆବଶ୍ୟକ।