fbpx

ଏପରି ଦେଶ, ଯେଉଁଠାରେ ସୈନିକମାନଙ୍କୁ ଦିଆଯାଏ ବିଷାକ୍ତ ସାପର ରକ୍ତ

Advertisement

ନୂଆଦିଲ୍ଲୀ,୭ ।୧୨: ସାପକୁ ସାଧାରଣତଃ ଲୋକମାନେ ଭୟ କରନ୍ତି ଓ ଦୂରେଇ ରହିବାକୁ ଚେଷ୍ଟା କରନ୍ତି । କିନ୍ତୁ ଇଣ୍ଡୋନେସିଆରେ ଏହି ମାମଲା ଠିକ୍ ଓଲଟା ଭାବେ ଦେଖିବାକୁ ମିଳିଥାଏ । ଏଠାରେ ସୈନିକମାନଙ୍କଠାରୁ ସାଧାରଣ ଲୋକମାନେ ସାପର ରକ୍ତ ପିଅନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ, ଏହା ମଣିଷକୁ ଦିଆଯାଇଥିବା ଉପହାର, ଯାହାକୁ ପୂର୍ଣ୍ଣ ଭାବରେ ବ୍ୟବହାର କରାଯିବା ଉଚିତ୍ । ଏହି କାରଣରୁ ସେଠାରେ ଖାଇବା ପିଇବା ବଜାରରେ ଜିବନ୍ତ ସାପକୁ ପିଞ୍ଜରାରେ ବନ୍ଦୀ ଥିବା ଦେଖିବାକୁ ମିଳିଥାଏ ।

ତେବେ ଇଣ୍ଡୋନେସିଆରେ ହଜାର ହଜାର ବର୍ଷ ଧରି ପାରମ୍ପରିକ ଔଷଧୀ ଉପରେ ବିଶ୍ୱାସ କରାଯାଏ । ଏହି ଚିକିତ୍ସା ଅନୁସାରେ, ବଣୁଆ ଜନ୍ତୁ ଓ ଗଉ-ଲତାରୁ ଯେକୌଣସି ରୋଗକୁ ଭଲ କରାଯାଇ ପାରିବ ବୋଲି ଦାବି କରାଯାଇଛି । ଚର୍ମରୋଗର ଚିକିତ୍ସା ପାଇଁ ସାପକୁ ବ୍ୟବହାର କରାଯାଏ ବୋଲି ୧୦୦ ଏ.ଡିରେ ଉଲ୍ଲେଖ ରହିଛି । ଇଣ୍ଡୋନେସିଆରେ ତ୍ୱଚାର ଗମ୍ଭୀର ସମସ୍ୟା ଥିବା ରୋଗୀକୁ ଚିକିତ୍ସା ପାଇଁ ସାପର ଚର୍ମକୁ ବ୍ୟବହାର କରାଯାଏ ।

 

ଧିରେ ଧିରେ ଚର୍ମ ରୋମ ସହ କର୍କଟ ଭଳି ଗମ୍ଭୀର ରୋଗକୁ ଭଲ କରିବାରେ ସାପକୁ ବ୍ୟବହାର କରାଗଲା । ଏହା ସହ ପାସର ବିଷକୁ ହାର୍ଟ ରୋଗୀଙ୍କୁ ଦିଆଯାଏ । ସାପରୁ ପ୍ରସ୍ତୁତ ଔଷଧ ମଦ ପିଇବା ପୂର୍ବରୁ ଦିଆଯାଏ, ଏପରି କରିବା ଦ୍ୱାରା ଲିଭର ଉପରେ ମଦର ପ୍ରଭାବ ପଡେନାହିଁ ବୋଲି ବିଶ୍ୱାସ କରାଯାଏ ।

ପାରମ୍ପରିକ ଚିକିତ୍ସା ଅନୁସାରେ, ଏହାକୁ ପୁରଷଙ୍କ ଯୌନ ଶକ୍ତି ବଢାଇବା ଓ ମହିଳାମାନଙ୍କୁ ସୁନ୍ଦର ତ୍ୱଚା ଦେବା ପାଇଁ ବ୍ୟବହାର କରାଯାଏ । ଏହି କାରଣରୁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ସକାଳ ୫ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନେକ ପ୍ରକାର ସାପର ରକ୍ତ ବିକ୍ରି ହୁଏ । ସାଧାରଣ ଲୋକଙ୍କ ବ୍ୟତିତ ସେନାର ନିୟମିତ ଖାଦ୍ୟରେ କୋବ୍ରାର ରକ୍ତ ଓ ମାଂସ ସାମିଲ ହୋଇଥାଏ । ଖାସକରି ବିଷାକ୍ତ ସାପର ରକ୍ତ ଷ୍ଟ୍ରାମିନା ବଢାଇବାରେ ସାହାର୍ଯ୍ୟ କରେ ବୋଲି ବିଶ୍ୱାସ କରାଯାଏ ।

 

Get real time updates directly on you device, subscribe now.