ୱାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମାମଲା ଥମିବାର ନାମ ନେଉନାହିଁ । ଗୋପନୀୟ ଦଲିଲ ମାମଲାରେ ଯୋଡି ହୋଇଥିବା ମାମଲାରେ ଟ୍ରମ୍ପଙ୍କ ବିରୋଧରେ ମୋକଦ୍ଦମା ଚାଲିବ । ଟ୍ରମ୍ପଙ୍କ ଉପରେ ଅଭିଯୋଗ ଅଛି ଯେ, ହ୍ୱାଇଟ ହାଉସ୍ ଛାଡିବା ପରେ ମଧ୍ୟ ଟ୍ରମ୍ପ ସହ ସହ ଗୋପନୀୟ ଦଲିଲକୁ ନିଜ ପାଖରେ ରଖିଛନ୍ତି । ଏହାସହ ଭୁଲ୍ ବିବୃତ୍ତି ମଧ୍ୟ ଦେଇଛନ୍ତି । ଜାଞ୍ଚ ଏଜେନ୍ସି ଟ୍ରମ୍ପଙ୍କ ବିରୋଧରେ ସାତଟି କେନ୍ଦ୍ରୀୟ ଅପରାଧିକ ମାମଲା ପଞ୍ଜିକରଣ କରିଛନ୍ତି ।
ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଛନ୍ତି ଯେ, ତାଙ୍କୁ ମିୟାମୀ ସଂଘୀୟ ଅଦାଲତରେ ମଙ୍ଗଳବାର ଦିନ ହାଜର ହେବାକୁ ସମନ ମିଳିଛି । ମିଡିଆ ରିପୋର୍ଟ ଅନୁସାରେ, ଜାତୀୟ ଅଭିଲେଖାଗାର ଟ୍ରମ୍ପଙ୍କୁ ହ୍ୱାଇଟ ହାଉସ୍ ଛାଡିବା ପରେ ତାଙ୍କ ଠାରୁ ଏବଂ ତାଙ୍କ ଟିମ୍ ଠାରୁ ରାଷ୍ଟ୍ରପତି ରେକର୍ଡ ସହ ଜଡିତ କାଗଜପତ୍ର ଫେରାଇବା ପାଇଁ ଦାବି କରିଥିଲେ । ଏହାର ବହୁ ମାସପରେ ପାଖାପାଖି ୨୦୦ ଗୋପନୀୟ ଦଲିଲ ଫେରାଯାଇଛି । ଏଫବିଆଇ ଅଗଷ୍ଟ ୨୦୨୨ରେ ଟ୍ରମ୍ପ ରହୁଥିବା ଘରେ ଚଢାଉ କରିଥିଲା, ଯେଉଁଥିରେ ଏଫବିଆଇକୁ ୧୦୦ ରୁ ଅଧିକ ଗୋପନୀୟ ଦଲିଲ ନାମା ମିଳିଥିଲା । ଟ୍ରମ୍ପଙ୍କ ବିରୋଧରେ ଏହି ଅଭିଯୋଗ ଲଗାଯାଇଥିଲା ।
ଏଥି ସହିତ ତାଙ୍କ ବିରୋଧରେ ନୂତନ ମାମଲା ପଞ୍ଜିକରଣ କରିବା ପରେ ଟ୍ରମ୍ପ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି ଯେ, ‘ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଏପରି ଘଟଣା କେବେ ଘଟିବ ବୋଲି ସେ ଭାବି ନଥିଲେ! ସେହି ବ୍ୟକ୍ତିଙ୍କ ସହ ଏହା ଘଟୁଛି ଯିଏ ସମସ୍ତ ରାଷ୍ଟ୍ରପତିଙ୍କ ସର୍ବାଧିକ ଭୋଟ୍ ପାଇଛି ଏବଂ ବର୍ତ୍ତମାନର ରାଷ୍ଟ୍ରପତିଙ୍କ ଅପେକ୍ଷା ସେ ଅଧିକ ଲୋକପ୍ରିୟ ଅଟନ୍ତି ଏବଂ ମୁଁ ନିର୍ଦ୍ଦୋଷ’।