fbpx

IIMC ଆଇଜୋଲ ରେ ୯୦.୦ ଆପନା ରେଡିଓ ଉଦଘାଟନ: ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଭାରତର ନୂଆ କମ୍ୟୁନିଟି ରେଡିଓ ଷ୍ଟେସନ ‘ଅପନା ରେଡିଓ ୯୦.୦ ଏଫ୍ ଏମ୍’ କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ । ଭାରତର କମ୍ୟୁନିଟି ରେଡିଓ ଯାତ୍ରାରେ ଏହା ମାଇଲଖୁଣ୍ଟ ବୋଲି ଘୋଷଣା କରିଛନ୍ତି ଶ୍ରୀ ବୈଷ୍ଣବ । ଏହି ଅପନା ରେଡିଓ ୯୦.୦ ଏଫ୍ ଏମ୍’ ହେଉଛି ଆଇଜୋଲସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ୍ (IIMC) ଦ୍ୱାରା ପରିଚାଳିତ ଏକ ରେଡିଓ ଷ୍ଟେସନ୍ ।

ଆଇଆଇଏମସି ଆଇଜୋଲରେ ଅପନା ରେଡିଓ ଷ୍ଟେସନ ରାଜ୍ୟ ପାଇଁ ଯୋଗାଯୋଗରେ ଏକ ନୂତନ ଅଧ୍ୟାୟ ଲେଖିବ ବୋଲି ମିଜୋରାମ ମୁଖ୍ୟମନ୍ତ୍ରୀ ଶ୍ରୀ ଲାଲଦୁହୋମା କହିଛନ୍ତି । ଏହି କମ୍ୟୁନିଟି ରେଡିଓ ଷ୍ଟେସନ ପ୍ରତିଷ୍ଠା କରିବା ଅତ୍ୟନ୍ତ ଲାଭଦାୟକ ହେବ ବୋଲି ମିଜୋରାମର ମୁଖ୍ୟମନ୍ତ୍ରୀ କହିଛନ୍ତି । ଦୈନନ୍ଦିନ ପାଣିପାଗ ସଂକ୍ରାନ୍ତରେ ଅପଡେଟ୍, ସରକାରୀ ଯୋଜନା ଏବଂ କୃଷି ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବ ।

Get real time updates directly on you device, subscribe now.