fbpx

ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିବସ ଡିସେମ୍ବର ୩୧

ନୂଆଦିଲ୍ଲୀ: ଆଉ ମାତ୍ର କେଇଟା ଦିନ ପରେ ୨୦୨୧ ମସିହା ଶେଷ ହେବ । ସରକାର ବିଭିନ୍ନ ପ୍ରକାର ଆର୍ଥିକ କାରବାର ସଂପର୍କିତ କାର୍ଯ୍ୟ ପାଇଁ ଡିସେମ୍ବର ୩୧ ତାରିଖକୁ ଶେଷ ଦିବସ ଭାବେ ଧାର୍ଯ୍ୟ କରିଛନ୍ତି । ତେଣୁ ସବୁ କାର୍ଯ୍ୟକୁ ବର୍ଷ ସରିବା ପୂର୍ବରୁ ଶେଷ କରିଦେବା ଆବଶ୍ୟକ ବୋଲି କୁହାଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଚଳିତମାସ ୩୧ ତାରିଖ ରଖାଯାଇଛି ।

ପୂର୍ବରୁ ଏହି ତାରିଖକୁ ସରକାର ଦୁଇଥର ଘୁଞ୍ଚାଇଛନ୍ତି । ପ୍ରଥମେ ଜୁଲାଇ ୩୧ରୁ ସେପ୍ଟେମ୍ବର ୩୦କୁ ଏବଂ ପରେ ସେପ୍ଟେମ୍ବର ୩୦ରୁ ଡିସେମ୍ବର ୩୧କୁ ଶେଷ ତାରିଖ ବଢ଼ାଯାଇଛି । ଆୟକର ପୋର୍ଟାଲରେ ଅସୁବିଧା ଯୋଗୁ ତାରିଖ ବୃଦ୍ଧି କରାଯାଇଛି । ଆୟକର ରିଟର୍ଣ୍ଣ ତାରିଖ ବୃଦ୍ଧି ପାଇଁ ବର୍ତ୍ତମାନ ବିଭିନ୍ନ ମହଲରୁ ଦାବି ହେଉଥିଲେ ମଧ୍ୟ ଲୋକମାନେ ଏଥିାଇଁ ଅପେକ୍ଷା ନକରି ଧାର୍ଯ୍ୟ ତାରିଖ ପୂର୍ବରୁ ସେମାନଙ୍କ କାର୍ଯ୍ୟ ସାରିବା ଆବଶ୍ୟକ ବୋଲି କୁହାଯାଇଛି । ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କ ପାଇଁ ପ୍ରତିବର୍ଷ ଜୀବନ ପ୍ରମାଣପତ୍ର ଦାଖଲ କରିବାର ବ୍ୟବସ୍ଥା ରହିଛି । ପ୍ରତିବର୍ଷ ନଭେମ୍ବର ୩୦ ସୁଦ୍ଧା ଉକ୍ତ ପ୍ରମାଣପତ୍ର ଦାଖଲ କରିବାର ନିୟମ ରହିଥାଏ । କିନ୍ତୁ ଚଳିତବର୍ଷ ଡିସେମ୍ବର ୩୧ ତାରିଖ ସୁଦ୍ଧା ଉକ୍ତ ପ୍ରମାଣପତ୍ର ଦାଖଲ କରିବା ଲାଗି ସମୟ ବଢ଼ାଯାଇଛି ।

Get real time updates directly on you device, subscribe now.