fbpx

ବଦଳିବ ଆୟକର ସୀମା!

ନୂଆଦିଲ୍ଲୀ,୨୨ ।୧: ଯଦି ଆପଣଙ୍କ ଆୟ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ତେବେ ଖୁସି ଖବର । ୧ ଫେବ୍ରୁଆରୀର ବଜେଟ୍ ଅଧିବେଶନରେ ଆୟକର ସୀମାକୁ ନେଇ କିଛି ପରିବର୍ତ୍ତନ ହୋଇପାରେ । ଆୟକର ସୀମା ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ସରକାର । ୫ରୁ ୬ ଲକ୍ଷ ଟଙ୍କା ଯାଏ ଆୟ ପାଇଁ ଟିକସ ପରିମାଣ କମିପାରେ । ୭ ଲକ୍ଷ ଯାଏ ଆୟ ଉପରେ ଟିକସ ପରିମାଣ ୫% କରିବାକୁ ପ୍ରସ୍ତାବ ଦିଆଯାଇଛି । ୭ରୁ ୧୦ ଲକ୍ଷ ଟଙ୍କା ଯାଏ ଆୟ ଉପରେ ୧୦% ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ସୂତ୍ରରୁ ଜଣାପଡିଛି । ଅର୍ଥମନ୍ତ୍ରୀ ସୀତା ରମଣ ମଧ୍ୟ ଆୟକର ସୀମାକୁ ହ୍ରାସ କରିବାକୁ ସଂକେତ ଦେଇଛନ୍ତି ।

Get real time updates directly on you device, subscribe now.